ଖୁବ୍ଶୀଘ୍ର ଭାରତରେ ଆଉ ଏକ କରୋନା ଲହର ଆସିବା ସମ୍ଭାବନା
ନୂଆଦିଲ୍ଲୀ: ଦେଶରେ ଖୁବ୍ ଶୀଘ୍ର ଆଉ ଏକ କରୋନା ଲହର ଆସିବ। ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ଏଭଳି ଆକଳନ କରାଯାଇଛି। ଭାରତ ଏହାକୁ ନିୟନ୍ତ୍ରଣ କରିବାପାଇଁ ଆଗୁଆ ପଦକ୍ଷେପ ନେବାକୁ ହେବ ଏବଂ ଟିକାକରଣ ବୃଦ୍ଧି କରିବାକୁ ପଡ଼ିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି। ତାଙ୍କ ମତରେ, ଗତ ୬ ମାସ ମଧ୍ୟରେ ଆମେ କିଛି […]
ନୂଆଦିଲ୍ଲୀ: ଦେଶରେ ଖୁବ୍ ଶୀଘ୍ର ଆଉ ଏକ କରୋନା ଲହର ଆସିବ। ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ଏଭଳି ଆକଳନ କରାଯାଇଛି। ଭାରତ ଏହାକୁ ନିୟନ୍ତ୍ରଣ କରିବାପାଇଁ ଆଗୁଆ ପଦକ୍ଷେପ ନେବାକୁ ହେବ ଏବଂ ଟିକାକରଣ ବୃଦ୍ଧି କରିବାକୁ ପଡ଼ିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି। ତାଙ୍କ ମତରେ, ଗତ ୬ ମାସ ମଧ୍ୟରେ ଆମେ କିଛି ଦେଶରେ ସଂକ୍ରମଣ ବଢୁଥିବା ଦେଖିବାକୁ ପାଇଛୁ। କିନ୍ତୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିନାହିଁ କି ଆଇସିୟୁ ଆଡମିସନ୍ ବଢ଼ିନି। କରୋନା ମୃତ୍ୟୁ ମଧ୍ୟ ବଢ଼ିନାହିଁ। ଲୋକଙ୍କ ଶରୀରରୋ ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ଆଉ ଏକ ନୂଆ ଲହର ଆସିବ ବୋଲି ଆଶଙ୍କା କରାଯାଉଛି। ଏହି ଲହର ପୂର୍ବ ଭଳି ସେତେ ବିପଜ୍ଜନକ ହେବ ନାହିଁ। କିନ୍ତୁ ଆମକୁ ଅତ୍ୟନ୍ତ ସତର୍କତାର ସହ ଏହାର ମୁକାବିଲା କରିବାକୁ ପଡ଼ିବ। ତେଣୁ ଟିକାକରଣ ବୃଦ୍ଧି କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।




