ଖୁବଶୀଘ୍ର ଏକନାଥ ସିନ୍ଦେଙ୍କ ଜାଗା ନେବେ ଅଜିତ ପାୱାର : ସାମ୍‌ନା

ନୂଆଦିଲ୍ଲୀ : ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନ୍‌ସିପି ନେତା ଅଜିତ ପାୱାର ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜାଗା ନେ‌ବେ। ୟୂବିଟି ତଥା ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ଆଜି ଏହି ଦାବି କରିଛି। ଶିବସେନା (ୟୁବିଟି)ର ମୁଖପତ୍ର ‘ସାମ୍‌ନା’ରେ ପ୍ରକାଶିତ ଏକ ସମ୍ପାଦକିୟରେ ଦାବି ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧୀନରେ ବିଜେପି କେବଳ ମହାରାଷ୍ଟ୍ର ରାଜନୀତିକୁ ଗୋଳିଆ କରିଦେଇନି ବରଂ ସମଗ୍ର ଦେଶର […]

Samaya Live Picture
Published On

ନୂଆଦିଲ୍ଲୀ : ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନ୍‌ସିପି ନେତା ଅଜିତ ପାୱାର ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜାଗା ନେ‌ବେ। ୟୂବିଟି ତଥା ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ଆଜି ଏହି ଦାବି କରିଛି। ଶିବସେନା (ୟୁବିଟି)ର ମୁଖପତ୍ର ‘ସାମ୍‌ନା’ରେ ପ୍ରକାଶିତ ଏକ ସମ୍ପାଦକିୟରେ ଦାବି ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧୀନରେ ବିଜେପି କେବଳ ମହାରାଷ୍ଟ୍ର ରାଜନୀତିକୁ ଗୋଳିଆ କରିଦେଇନି ବରଂ ସମଗ୍ର ଦେଶର ରାଜନୀତିକୁ ଗୋଳିଆ କରିଦେଇଛି। ସାମ୍‌ନାରେ କୁହାଯାଇଛି, ଅଜିତ ପାୱାରଙ୍କର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ରେକର୍ଡ ରହିଛି। ଚଳିତ ଥରର ଡିଲ୍‌ ଅଧିକ ଶକ୍ତ। ଏଥର ସେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଯାଇନାହାନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ବିଦ୍ରୋହୀ ବିଧାୟକଙ୍କୁ ଖୁବ୍‌ ଶୀଘ୍ର ଅଯୋଗ୍ୟ ଘୋଷଣା କରାଯିବ ଏବଂ ଏହାପରେ ଅଜିତ ପାୱାର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଲୋକମାନେ ଏହାକୁ ଗ୍ରହଣ କରିବେନି। ରାଜ୍ୟରେ ଏଭଳି ରାଜନୈତିକ ପରମ୍ପରା ନଥିଲା। ରାଜ୍ୟର ଲୋକମାନେ ମଧ୍ୟ ଏହାକୁ ସମର୍ଥନ କରିବେନି। ଅଜିତ ପାୱାର ସିନ୍ଦେ ସରକାରରେ ଯୋଗ ଦେବା ବାସ୍ତବରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପାଇଁ ବିପଜ୍ଜନକ ବୋଲି କୁହାଯାଇଛି।

Tags: