ଖାଦ୍ୟରେ ବିଷକ୍ରିୟା ଯୋଂଗୁଁ ବିହାର ସରକାରୀ ଆଶ୍ରୟସ୍ଥଳରେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ
ପାଟନା: ବିହାର ରାଜଧାନୀ ପାଟନାରେ ଏକ ସରକାରୀ ଆଶ୍ରୟସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ, ଜଣେ ୧୨ ବର୍ଷର ନାବାଳିକା ଏବଂ ୨୪ ବର୍ଷର ଯୁବତୀ ଅଛନ୍ତି। ଅନ୍ୟପକ୍ଷେ ଆହୁରି ୧୩ ଜଣ ମହିଳା ଏବେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଜୀବନ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶାସ୍ତ୍ରୀନଗର ଥାନା ଅଧୀନରେ ଥିବା ଆଶ୍ରା ଆଶ୍ରୟସ୍ଥଳରେ […]
ପାଟନା: ବିହାର ରାଜଧାନୀ ପାଟନାରେ ଏକ ସରକାରୀ ଆଶ୍ରୟସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ, ଜଣେ ୧୨ ବର୍ଷର ନାବାଳିକା ଏବଂ ୨୪ ବର୍ଷର ଯୁବତୀ ଅଛନ୍ତି। ଅନ୍ୟପକ୍ଷେ ଆହୁରି ୧୩ ଜଣ ମହିଳା ଏବେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଜୀବନ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶାସ୍ତ୍ରୀନଗର ଥାନା ଅଧୀନରେ ଥିବା ଆଶ୍ରା ଆଶ୍ରୟସ୍ଥଳରେ ଏହି ଘଟଣା ଘଟିଛି। ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଫୁଡ୍ ପଏଜନିଂ, ସ୍ବଚ୍ଛତାର ଅଭାବ ଏବଂ ଅସ୍ବାସ୍ଥ୍ୟକର ପରିବେଶ ଏବଂ ଅବହେଳା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାପାଳ କହିଛନ୍ତି, ଉକ୍ତ ଘଟଣାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ ହୋଇଛି। ଆଶ୍ରୟସ୍ଥଳୀର ଖାଦ୍ୟ ଏବଂ ପାଣିର ନମୁନା ସଂଗ୍ରହ କରାଯାଇଛି। ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ। ଏଭଳି ଅପ୍ରୀତିକର ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।




