ଖଲିସ୍ତାନୀ ଆତଙ୍କବାଦୀ ଲଖବୀରର ଘନିଷ୍ଠ ସହଯୋଗୀ ବଲଜିତ ଗିରଫ
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ହାତରେ କାନାଡ଼ାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ସାନ୍ଧୁର ଘନିଷ୍ଠ ସହଯୋଗୀ ବଲଜିତ ସିଂହ ଓରଫ ରାଣା ଭାଇ ଓରଫ ବାଲି ଧରାପଡ଼ିଛି। ଏନ୍ଆଇଏ ପକ୍ଷରୁ ଏନେଇ ଏକ ପ୍ରେସ୍ବିବୃତ୍ତି ଜାରି କରାଯାଇଛି। ସୂଚନାନୁସାରେ, ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ଓରଫ ଲାଣ୍ଡା ଭାରତରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଓ ଦାଦା ବଟି ଆଦାୟ କରିବାର ଏକ ବଡ଼ ନେଟ୍ୱର୍କ ଚଳାଇଥିଲା। ଏନେଇ ଏନ୍ଆଇଏ ନିଜ ଆଡ଼ୁ ୧୦ ଜୁଲାଇ […]
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ହାତରେ କାନାଡ଼ାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ସାନ୍ଧୁର ଘନିଷ୍ଠ ସହଯୋଗୀ ବଲଜିତ ସିଂହ ଓରଫ ରାଣା ଭାଇ ଓରଫ ବାଲି ଧରାପଡ଼ିଛି। ଏନ୍ଆଇଏ ପକ୍ଷରୁ ଏନେଇ ଏକ ପ୍ରେସ୍ବିବୃତ୍ତି ଜାରି କରାଯାଇଛି। ସୂଚନାନୁସାରେ, ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ଓରଫ ଲାଣ୍ଡା ଭାରତରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଓ ଦାଦା ବଟି ଆଦାୟ କରିବାର ଏକ ବଡ଼ ନେଟ୍ୱର୍କ ଚଳାଇଥିଲା। ଏନେଇ ଏନ୍ଆଇଏ ନିଜ ଆଡ଼ୁ ୧୦ ଜୁଲାଇ ୨୦୨୩ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାର ତଦନ୍ତ ସଂପ୍ରତି ଜାରି ରହିଛି। ତଦନ୍ତ ସମୟରେ ଲଖବୀର ଗ୍ୟାଙ୍ଗ୍ର ଜଣେ ସଦସ୍ୟ ଗୁରୁପ୍ରିତ ସିଂହ ଓରଫ ଗୋପିକୁ ଗୁଜରାଟରୁ ଗିରଫ କରାଯାଇଥିଲା। ଜେରା ବେଳେ ଗୁରୁ୍ପ୍ରୀତ ଦେଇଥିବା ସୂଚନା ଆଧାରରେ ମଧ୍ୟପ୍ରଦେଶର ବରୱାନୀ ଜିଲ୍ଲାରୁ ଲଖବୀରର ଘନିଷ୍ଠ ସହଯୋଗୀ ବଲଜିତକୁ ଗିରଫ କରାଯାଇଛି। ପଞ୍ଜାବରେ ଥିବା ଲଖବୀରର ଏଜେଣ୍ଟମାନଙ୍କୁ ବଲଜିତ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ସତ୍ତା ଗ୍ୟାଙ୍ଗ୍, ଏହି ଅସ୍ତ୍ରଶସ୍ତ୍ରକୁ ଭାରତ ବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପ ଓ ପଞ୍ଜାବ, ହରିୟାଣାରେ ବ୍ୟବସାୟୀଙ୍କଠାରୁ ଦାଦାବଟି ଆଦାୟରେ ବ୍ୟବହାର କରୁଥିଲା।




