ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ , ଭାରତ ଉପରେ ହମାସ୍‌ ଭଳି ଆକ୍ରମଣ କରିବୁ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ ଫର ଜଷ୍ଟିସ୍‌ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବାପାଇଁ ଧମକ ଦେଇଛି। ଭାରତ ସରକାର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଚେତାବନୀ ଦେଇ ପନ୍ନୁ କହିଛି ଯେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଯେଭଳି ଆକ୍ରମଣ କରିଛି, ଆମେ ମଧ୍ୟ ସେଭଳି ଆକ୍ରମଣ ଭାରତ ଉପରେ କରିବୁ। ସ୍ବତନ୍ତ୍ର ଖଲିସ୍ତାନୀ ରାଷ୍ଟ୍ର ଘୋଷଣା ଲକ୍ଷ୍ୟ ହାସଲ ଦିଗ‌ରେ ଏଭଳି କରାଯିବ […]

Samaya Live Picture
Published On

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ ଫର ଜଷ୍ଟିସ୍‌ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବାପାଇଁ ଧମକ ଦେଇଛି। ଭାରତ ସରକାର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଚେତାବନୀ ଦେଇ ପନ୍ନୁ କହିଛି ଯେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଯେଭଳି ଆକ୍ରମଣ କରିଛି, ଆମେ ମଧ୍ୟ ସେଭଳି ଆକ୍ରମଣ ଭାରତ ଉପରେ କରିବୁ। ସ୍ବତନ୍ତ୍ର ଖଲିସ୍ତାନୀ ରାଷ୍ଟ୍ର ଘୋଷଣା ଲକ୍ଷ୍ୟ ହାସଲ ଦିଗ‌ରେ ଏଭଳି କରାଯିବ ବୋଲି ପନ୍ନୁ ସୋସିଆଲ ମିଡିଆରେ ଏକ ୪୦ ସେକେଣ୍ଡର ଭିଡିଓ ଜାରି କରିଛି । ଏହି ୪୦ ସେକେଣ୍ଡ ଭିଡିଓରେ ପନ୍ନୁ ଭାରତ ବିରୋଧରେ ବିଷ ଉଗାରିଛି। ସେ କହିଛି ଯେ ପଞ୍ଜାବକୁ ଆମେ ଭାରତର ଅଞ୍ଚଳ ଭାବେ ଗ୍ରହଣ କରୁନାହୁଁ ଏବଂ ଏହାକୁ ସ୍ବାଧୀନ କରିବାକୁ ଆମେ ଶପଥ ନେଇଛୁ। ଭାରତ ଖଲିସ୍ତାନୀଙ୍କ ବିରୋଧରେ ହିଂସା ଆରମ୍ଭ କଲେ ଆମେ ଏହାର ଭୟଙ୍କର ଜବାବ ଦେବୁ ବୋଲି ସେ କହିଛି।

Tags: