ଖଲିସ୍ତାନୀଙ୍କ ଟାର୍ଗେଟ୍ରେ ଶୀର୍ଷ ଭାରତୀୟ କୂଟନୀତିଜ୍ଞ
ନୂଆଦିଲ୍ଲୀ : ସାନ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକମାନେ ନିଆଁ ଲଗାଇ ଜାଳିଦେବାପରେ ଏବେ ପୁଣି ଭାରତୀୟ କୂଟନୀତିଜ୍ଞଙ୍କୁ ଟାର୍ଗେଟ୍ କରିଛନ୍ତି। ଲଣ୍ଡନରେ ଭାରତୀୟ କୂଟନୀତିଜ୍ଞଙ୍କୁ ଖୋଲାଖୋଲି ଧମକ ଦିଆଯାଇଥିବା ପୋଷ୍ଟର ଏବେ ଅନଲାଇନରେ ଜାରି ହୋଇଛି। ଜୁଲାଇ ୮ ତାରିଖରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀ ଆନ୍ଦୋଳନ ପାଇଁ ଏହା ପ୍ରୋତ୍ସାହିତ କରୁଛି। ଖଲିସ୍ତାନୀ ସମର୍ଥକଙ୍କ ‘କିଲ ଇଣ୍ଡିଆ’ ରାଲିର ପୋଷ୍ଟରରେ ୨ ଜଣ ଭାରତୀୟ କୂଟନୀତିଜ୍ଞଙ୍କ […]
ନୂଆଦିଲ୍ଲୀ : ସାନ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକମାନେ ନିଆଁ ଲଗାଇ ଜାଳିଦେବାପରେ ଏବେ ପୁଣି ଭାରତୀୟ କୂଟନୀତିଜ୍ଞଙ୍କୁ ଟାର୍ଗେଟ୍ କରିଛନ୍ତି। ଲଣ୍ଡନରେ ଭାରତୀୟ କୂଟନୀତିଜ୍ଞଙ୍କୁ ଖୋଲାଖୋଲି ଧମକ ଦିଆଯାଇଥିବା ପୋଷ୍ଟର ଏବେ ଅନଲାଇନରେ ଜାରି ହୋଇଛି। ଜୁଲାଇ ୮ ତାରିଖରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀ ଆନ୍ଦୋଳନ ପାଇଁ ଏହା ପ୍ରୋତ୍ସାହିତ କରୁଛି। ଖଲିସ୍ତାନୀ ସମର୍ଥକଙ୍କ ‘କିଲ ଇଣ୍ଡିଆ’ ରାଲିର ପୋଷ୍ଟରରେ ୨ ଜଣ ଭାରତୀୟ କୂଟନୀତିଜ୍ଞଙ୍କ ନାଁ ଅଛି। ସେମାନେ ହେଉଛନ୍ତି ହାଇ କମିସନର ବିକ୍ରମ କେ ଦୋରାଇସ୍ବାମୀ ଏବଂ ଅନ୍ୟ ଜଣେ ହେଉଛନ୍ତି ଡ ଶଶାଙ୍କ ବିକ୍ରମ। ଜୁଲାଇ ୮ ତରିଖରେ ଖଲିସ୍ତାନ ଫ୍ରିଡମ ରାଲି ପାଇଁ ଜାରି ହୋଇଥିବା ପାମ୍ପଲେଟ୍ରେ କାନାଡ଼ା, ଆମେରିକା ଏବଂ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତଙ୍କ ନାଁ ଅଛି।




