ଖରା ଆସିବା ଆଗରୁ ବେଙ୍ଗାଲୁରୁରେ ଉତ୍କଟ ଜଳ ସଙ୍କଟ

ନୂଆଦିଲ୍ଲୀ : ଖରା ଆସିବା ଆଗରୁ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଜଳସଙ୍କଟ ପାଇଁ ବେଙ୍ଗାଲୁରୁରେ ଲୋକମାନଙ୍କୁ ଅସହ୍ୟ ଗରମ ହେଉଛି। ବେଙ୍ଗାଲୁରୁରେ ଅଧିକାଂଶ ଅଞ୍ଚଳରେ ଜଳ ଯୋଗାଣରେ ବାଧା ଉପୁଜିଛି। ଘରୋଇ ଟ୍ୟାଙ୍କର ଗୁଡ଼ିକ ଏହି ସମୟରେ ପୁଣି ଦର ବୃଦ୍ଧି କରିଛନ୍ତି। ହଜାର ହଜାର ଆଇଟି କମ୍ପାନିର ପେଣ୍ଠସ୍ଥଳ ଏବଂ ୧ କୋଟି ଜନସଂଖ୍ୟା ବିଶିଷ୍ଠ ବେଙ୍ଗାଲୁରୁ ସହର ଆଗକୁ ଅତ୍ୟନ୍ତ ଜଟିଳ ସ୍ଥିତି ଦେଇ ଗତି କରିବ। ବେଙ୍ଗାଲୁରୁ ସହର କାବେରୀ ନଦୀରୁ […]

Samaya Live Picture
Published On

ନୂଆଦିଲ୍ଲୀ : ଖରା ଆସିବା ଆଗରୁ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଜଳସଙ୍କଟ ପାଇଁ ବେଙ୍ଗାଲୁରୁରେ ଲୋକମାନଙ୍କୁ ଅସହ୍ୟ ଗରମ ହେଉଛି। ବେଙ୍ଗାଲୁରୁରେ ଅଧିକାଂଶ ଅଞ୍ଚଳରେ ଜଳ ଯୋଗାଣରେ ବାଧା ଉପୁଜିଛି। ଘରୋଇ ଟ୍ୟାଙ୍କର ଗୁଡ଼ିକ ଏହି ସମୟରେ ପୁଣି ଦର ବୃଦ୍ଧି କରିଛନ୍ତି। ହଜାର ହଜାର ଆଇଟି କମ୍ପାନିର ପେଣ୍ଠସ୍ଥଳ ଏବଂ ୧ କୋଟି ଜନସଂଖ୍ୟା ବିଶିଷ୍ଠ ବେଙ୍ଗାଲୁରୁ ସହର ଆଗକୁ ଅତ୍ୟନ୍ତ ଜଟିଳ ସ୍ଥିତି ଦେଇ ଗତି କରିବ। ବେଙ୍ଗାଲୁରୁ ସହର କାବେରୀ ନଦୀରୁ ପ୍ରତିଦିନ ପ୍ରାୟ ୧୪୫୦ ନିୟୁତ ଲିଟର ଜଳ ଗ୍ରହଣ କରୁଛି। କିନ୍ତୁ ସହରରେ ପ୍ରତିଦିନ ପ୍ରାୟ ୧୬୮୦ ନିୟୁତ ଜଳର ଅଭାବ ରହୁଛି। ଏଥିପାଇଁ ଲୋକମାନେ ଜଳ ଅଭାବ ପାଇଁ ଅନେକ ଅସୁବିଧା ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଯେଉଁମା୍ନେ ନିଜର ଜଳ ଆବଶ୍ୟକତା ପୂରଣ କରିବାପାଇଁ ଘରୋଇ ଟ୍ୟାଙ୍କର ଉପରେ ନିର୍ଭର କରୁଛନ୍ତି ସେମାନଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ଘରୋଇ ଟ୍ୟାଙ୍କର ଗୁଡ଼ିକ ଗତ ୨ ମାସ ମଧ୍ୟରେ ସେମାନଙ୍କ ରେଟ୍ ଦ୍ବିଗୁଣା କରିଦେଇଛନ୍ତି। ଜଣେ ବାସିନ୍ଦା କହିଛନ୍ତି, ମାସକୁ ଆମେ ଘରୋଇ ଟ୍ୟାଙ୍କର ବାବଦରେ ୬ ହଜାର ଟଙ୍କା ଖର୍ଚ୍ଚ କରୁଛୁ। କଂଗ୍ରେସ ଏଥିପାଇଁ ଟ୍ୟାଙ୍କର ମାଫିଆଙ୍କୁ ଦାୟୀ କରିଛି। ଟ୍ୟାଙ୍କର ମାଫିଆ ବୋରୱେଲ ଖୋଳି ୨୪ ଘଣ୍ଟା ଜଳ ଉଠାଉଥିବାରୁ ଜଳ ସଙ୍କଟ ଦେଖାଦେଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବିଜେପି କହିଛି ବେଙ୍ଗାଲୁରୁରେ ଜନସଂଖ୍ୟା ନିୟନ୍ତ୍ରଣ ହେବାର ଆବଶ୍ୟକତା ରହିଛି।

Tags: