କଡ଼ା ସୁରକ୍ଷା ମଧ୍ୟରେ ଅସଦକୁ ଦିଆଗଲା କବର

ପ୍ରୟାଗରାଜ: ଆଜି କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ କସାରୀ-ମସାରୀ କବରସ୍ତାନରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ଅତୀକ୍ ଅହମଦର ୧୯ ବର୍ଷିୟ ପୁଅ ଅସଦ୍ ଅହମଦ୍ର ଶବକୁ କବର ଦିଆଇଛି। ଦୁଇ ଦିନ ପୂର୍ବେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସର ଏନ୍କାଉଣ୍ଟରା‌ରେ ଅସଦ୍ ଓ ତା’ର ସହଯୋଗୀ ଗୁଲାମ୍ ହସନର ମୃତ୍ୟୁ ଘଟିଥିଲା। ଅସଦ୍ର ଶବକୁ ସିଧାସଳଖ କସାରୀ-ମସାରୀ କବରସ୍ତାନକୁ ନେବା ପାଇଁ ତାଙ୍କ ପରିବାର ନିଷ୍ପତ୍ତି ନେଇଥିଲେ ବୋଲି ଅତିରିକ୍ତ ପୁଲିସ କମିସନର୍ […]

Samaya Live Picture
Published On

ପ୍ରୟାଗରାଜ: ଆଜି କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ କସାରୀ-ମସାରୀ କବରସ୍ତାନରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ଅତୀକ୍ ଅହମଦର ୧୯ ବର୍ଷିୟ ପୁଅ ଅସଦ୍ ଅହମଦ୍ର ଶବକୁ କବର ଦିଆଇଛି। ଦୁଇ ଦିନ ପୂର୍ବେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସର ଏନ୍କାଉଣ୍ଟରା‌ରେ ଅସଦ୍ ଓ ତା’ର ସହଯୋଗୀ ଗୁଲାମ୍ ହସନର ମୃତ୍ୟୁ ଘଟିଥିଲା। ଅସଦ୍ର ଶବକୁ ସିଧାସଳଖ କସାରୀ-ମସାରୀ କବରସ୍ତାନକୁ ନେବା ପାଇଁ ତାଙ୍କ ପରିବାର ନିଷ୍ପତ୍ତି ନେଇଥିଲେ ବୋଲି ଅତିରିକ୍ତ ପୁଲିସ କମିସନର୍ ଆକାଶ କୁହ୍ଲାରୀ କହିଛନ୍ତି। ତେଣୁ, ସାଧାରଣତଃ ଘରେ କରାଯାଉଥିବା ଶେଷକୃତ୍ୟ ପ୍ରକ୍ରିୟା କବରସ୍ତାନରେ ହିଁ କରାଯାଇଛି। ଅତୀକ୍ଙ୍କ ବାପା ଫିରୋଜ୍ ଅହମଦଙ୍କ କବର ପାର୍ଶ୍ବରେ ଅସଦ୍ର କବର ଖୋଳାଯାଇଥିଲା। ଅତୀକ୍ର ଭଉଣୀ ଶାହୀନ୍ ବେଗମ୍, ଅଜାଆଈ ଏବଂ ଆଉ ୨୦/୨୫ଜଣ ଆତ୍ମୀୟସ୍ବଜନ ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ। ଅସଦ୍ର ଅଜା ଶେଷକୃତ୍ୟ ନୀତି ସମ୍ପନ୍ନ କରିଥିଲେ। ଏହା ପୂର୍ବରୁ ଅତୀକ୍ର ଓକିଲ କସାରୀ-ମସାରୀ କବରସ୍ତାନରେ ହାଜର ହୋଇ ଅସଦକୁ ବିଳମ୍ବରେ କବର ଦେବାକୁ ଅନୁରୋଧ କରିଥିଲେ। ସେ କହିଲେ ଯେ, ପ୍ରୟାଗରାଜ ଜିଲ୍ଲା ଅଦାଲତ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ। ଅଦାଲତ ଖୋଲିଲେ ପୁଅ ଅସଦ୍ର ଶେଷକୃତ୍ୟରେ ଯୋଗ ଦେବାକୁ ଜେଲ୍ରେ ଥିବା ବାପା ଆତୀକକୁ ଅନୁମତି ମିଳିବ। କିନ୍ତୁ ଅନୁମତି ନମିଳିବାରୁ ପୁଅର ଶେଷକୃତ୍ୟରେ ସେ ଯୋଗ ଦେଇପାରିଲା ନାହିଁ।

Tags: