କ୍ଷେତରେ ହଳ କଲେ ଏବଂ ବାଜରା ବୁଣିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ଉତ୍ତରାଖଣ୍ଡର ଉତ୍ତରକାଶି ଜିଲ୍ଲାର ଏକ ଗାଁରେ ହଳ କରିଛନ୍ତି ଏବଂ ବାଜରା ବୁଣିଛନ୍ତି। ୨ ଦିନିଆ ଉତ୍ତରକାଶି ଜିଲ୍ଲା ଗସ୍ତରେ ଥିବା ଧାମୀ ଆଜି ବଡ଼ି ଭୋର ସମୟରେ ଟ୍ରାକ୍ସୁଟ୍ ପିନ୍ଧି ଗାଁ ଭ୍ରମଣରେ ଯାଇଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ପାୱାର ୱିଡର ସାହାଯ୍ୟରେ ସେ ଆଜି ଜମିରେ ହଳ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡର ମିଲେଟ ମିସନ୍ ଏବଂ ମାଣ୍ଡିଆ କ୍ରୟ […]
ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ଉତ୍ତରାଖଣ୍ଡର ଉତ୍ତରକାଶି ଜିଲ୍ଲାର ଏକ ଗାଁରେ ହଳ କରିଛନ୍ତି ଏବଂ ବାଜରା ବୁଣିଛନ୍ତି। ୨ ଦିନିଆ ଉତ୍ତରକାଶି ଜିଲ୍ଲା ଗସ୍ତରେ ଥିବା ଧାମୀ ଆଜି ବଡ଼ି ଭୋର ସମୟରେ ଟ୍ରାକ୍ସୁଟ୍ ପିନ୍ଧି ଗାଁ ଭ୍ରମଣରେ ଯାଇଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ପାୱାର ୱିଡର ସାହାଯ୍ୟରେ ସେ ଆଜି ଜମିରେ ହଳ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡର ମିଲେଟ ମିସନ୍ ଏବଂ ମାଣ୍ଡିଆ କ୍ରୟ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ୭୩ କୋଟି ଆବଣ୍ଟନ କରାଯାଇଛି।




