କ୍ଷମତାକୁ ଆସିଲେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି , ୫୦୦ ଟଙ୍କାରେ ଏଲ୍ପିଜି : କଂଗ୍ରେସ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରାଜନୈତିକ ଦଳ ଗୁଡ଼ିକ ବିଭିନ୍ନ ନିର୍ବାଚନ ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ଗୁରୁବାର ଦିନ କଂଗ୍ରେସ ଘୋଷଣା କରିଛି ଯେ ଯଦି ଏହା କ୍ଷମତାକୁ ଆସେ ତେବେ ଏହା ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରିବ, ୫୦୦ ଟଙ୍କାରେ ଏଲ୍ପିଜି ସିଲିଣ୍ଡର ପ୍ରଦାନ କରିବ ଏବଂ ମାଗଣା ରାସନ୍ କିଟ୍ ପ୍ରଦାନ କରିବ। ଏକ […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରାଜନୈତିକ ଦଳ ଗୁଡ଼ିକ ବିଭିନ୍ନ ନିର୍ବାଚନ ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ଗୁରୁବାର ଦିନ କଂଗ୍ରେସ ଘୋଷଣା କରିଛି ଯେ ଯଦି ଏହା କ୍ଷମତାକୁ ଆସେ ତେବେ ଏହା ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରିବ, ୫୦୦ ଟଙ୍କାରେ ଏଲ୍ପିଜି ସିଲିଣ୍ଡର ପ୍ରଦାନ କରିବ ଏବଂ ମାଗଣା ରାସନ୍ କିଟ୍ ପ୍ରଦାନ କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ନ ରେଡ୍ଡି ଏହି ‘ମେହଙ୍ଗାଇ ମୁକ୍ତ ଯୋଜନା’ ଘୋଷଣା କରିଛନ୍ତି। କଂଗ୍ରେସ ଦଳ ଯଦି କ୍ଷମତାକୁ ଆସେ ତେବେ ଏହା ୫ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବ। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଗତ କିଛିଦିନ ତଳେ ମହିଳା ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲା ଯେ ଯଦି ଏହା କ୍ଷମତାକୁ ଆସିବ ତେବେ ପ୍ରତି ମହିଳାଙ୍କୁ ୨୫୦୦ ଟଙ୍କା ଦେବ। ସେହିପରି କଂଗ୍ରେସ ମଧ୍ୟ ‘ଜୀବନ ରକ୍ଷା ଯୋଜନା’ ଘୋଷଣା କରିଥିଲା। ଏହି ଯୋଜନା ଅଧୀନରେ ଦଳ ୨୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ରହିଥିବା କଂଗ୍ରେସ ଗତ ୨ଟି ବିଧାନସଭା ନିର୍ବାଚନରେ ଆପ୍ଠାରୁ ହାରି ଯାଇଛି। ତେଣୁ ଚଳିତ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବାପାଇଁ ଉଦ୍ୟମ ଲଗାଇ ଦେଇଛି।




