କ୍ଲାଉଡ଼ିଆ ଗୋଲଡିନଙ୍କୁ ଅର୍ଥନୀତିରେ ନୋବେଲ
ଷ୍ଟକହୋମ୍: ଆମେରିକୀୟ ଅର୍ଥନୀତିଜ୍ଞ ପ୍ରଫେସର କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ୨୦୨୩ ମସିହା ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରମ ବଜାରରେ ମହିଳାଙ୍କ ଯୋଗଦାନ ଉପରେ କରିଥିବା ଉନ୍ନତ ଗବେଷଣା ପାଇଁ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ୭୭ ବର୍ଷୀୟ ପ୍ରଫେସର ଗୋଲ୍ଡିନ୍ଙ୍କୁ ଏହି ସମ୍ମାନଜନକ ପୁରସ୍କାର ବିଜେତା ଭାବେ ନାବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି। ଶତାବ୍ଦୀ ଶତାବ୍ଦୀ ଧରି ଶ୍ରମ ବଜାରରେ ମହିଳାଙ୍କ ଯୋଗଦାନ ଏବଂ ସେମାନଙ୍କ ବେତନରେ ରହୁଥିବା ପାର୍ଥକ୍ୟର କାରଣ ଉପରୁ ପରଦା ହଟାଇବାରେ […]
ଷ୍ଟକହୋମ୍: ଆମେରିକୀୟ ଅର୍ଥନୀତିଜ୍ଞ ପ୍ରଫେସର କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ୨୦୨୩ ମସିହା ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରମ ବଜାରରେ ମହିଳାଙ୍କ ଯୋଗଦାନ ଉପରେ କରିଥିବା ଉନ୍ନତ ଗବେଷଣା ପାଇଁ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ୭୭ ବର୍ଷୀୟ ପ୍ରଫେସର ଗୋଲ୍ଡିନ୍ଙ୍କୁ ଏହି ସମ୍ମାନଜନକ ପୁରସ୍କାର ବିଜେତା ଭାବେ ନାବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି। ଶତାବ୍ଦୀ ଶତାବ୍ଦୀ ଧରି ଶ୍ରମ ବଜାରରେ ମହିଳାଙ୍କ ଯୋଗଦାନ ଏବଂ ସେମାନଙ୍କ ବେତନରେ ରହୁଥିବା ପାର୍ଥକ୍ୟର କାରଣ ଉପରୁ ପରଦା ହଟାଇବାରେ ସେ ସକ୍ଷମ ହୋଇଛନ୍ତି। ଆମେରିକା ଶ୍ରମ ବଜାରର ୨୦୦ ବର୍ଷର ତଥ୍ୟକୁ ବିଶ୍ଳେଷଣ କରିବା ପରେ ଆୟ ଏବଂ ନିଯୁକ୍ତିରେ ଲିଙ୍ଗଗତ ପାର୍ଥକ୍ୟ କାହିଁକି ରହୁଛି ଏବଂ କିଭଳି ରହୁଛି ତାହା ସେ ଦର୍ଶାଇଛନ୍ତି। ଗବେଷଣା କରି ଗୋଲ୍ଡିନ୍ ଯେଉଁ ନିଷ୍କର୍ସ ବାହାର କରିଛନ୍ତି ତାହା ଅର୍ଥନୀତିଜ୍ଞଙ୍କୁ ଶ୍ରମ ବଜାରକୁ ବୁଝିବାରେ ସହାୟକ ହୋଇଛି। ବିଶେଷକରି ତାଙ୍କର ଗବେଷଣା ଅର୍ଥନୀତିଜ୍ଞମାନଙ୍କୁ ଲିଙ୍ଗଗତ ପାର୍ଥକ୍ୟର ଉତ୍ସ ଏବଂ ପରିବର୍ତ୍ତନର କାରଣ ସଂପର୍କରେ ଜାଣିବାରେ ସହାୟକ ହୋଇଛି।




