କ୍ରେଜିୱାଲଙ୍କ ବାସଭବନ ନବୀକରଣ ମାମଲା
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନବୀକରଣ ପ୍ରସଙ୍ଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପୂର୍ତ୍ତ ବିଭାଗର ୭ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ନବୀକରଣ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ନୋଟିସ ପଠାଯାଇଥିବା ଜଣାପଡ଼ିଛି। ମୁଖ୍ୟ ସଚିବଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନବୀକରଣରେ ସଂଶ୍ଳିଷ୍ଟ ମୁଖ୍ୟ ଯନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ଏହି ନୋଟିସ ପାଇଛନ୍ତି। ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ସେମାନଙ୍କୁ […]
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନବୀକରଣ ପ୍ରସଙ୍ଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପୂର୍ତ୍ତ ବିଭାଗର ୭ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ନବୀକରଣ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ନୋଟିସ ପଠାଯାଇଥିବା ଜଣାପଡ଼ିଛି। ମୁଖ୍ୟ ସଚିବଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନବୀକରଣରେ ସଂଶ୍ଳିଷ୍ଟ ମୁଖ୍ୟ ଯନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ଏହି ନୋଟିସ ପାଇଛନ୍ତି। ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ସେମାନଙ୍କୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ସମୟରେ ଲୋକ ଅକ୍ସିଜେନ୍ ପାଇଁ ଛଟପଢ଼ଟ ହେଉଥିବାବେଳେ କେଜ୍ରିୱାଲଙ୍କ ବାସଭବନ ନବିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ମାମଲାକୁ ନେଇ ବିବାଦ ହେବାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।




