କୋଲାକାତାରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ

କୋଲକାତା: ରବିବାର ବିଳମ୍ବିତ ରାତିରେ କୋଲକାତାରେ ଏକ ୫ ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ୧୫ ଜଣ ବ୍ୟକ୍ତି ଏଥିରେ ଆହତ ହୋଇଛନ୍ତି। କିଛି ବ୍ୟକ୍ତି ଏବେ ବି ଭଗ୍ନ କୋଠାତଳେ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିପାରେ। କୋଲକାତା ମେୟର ଫିରହାଦ୍ ହାକିମ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। କୋଠାଟି ବେଆଇନ ଭାବେ ନିର୍ମାଣ ହେଉଥିଲା ବୋଲି ସେ […]

Samaya Live Picture
Published On

କୋଲକାତା: ରବିବାର ବିଳମ୍ବିତ ରାତିରେ କୋଲକାତାରେ ଏକ ୫ ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ୧୫ ଜଣ ବ୍ୟକ୍ତି ଏଥିରେ ଆହତ ହୋଇଛନ୍ତି। କିଛି ବ୍ୟକ୍ତି ଏବେ ବି ଭଗ୍ନ କୋଠାତଳେ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିପାରେ। କୋଲକାତା ମେୟର ଫିରହାଦ୍ ହାକିମ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। କୋଠାଟି ବେଆଇନ ଭାବେ ନିର୍ମାଣ ହେଉଥିଲା ବୋଲି ସେ କହିଛନ୍ତି। ବେଆଇନ ନିର୍ମାଣ ପାଇଁ ମାଲିକକୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି। ଦୁର୍ଘଟଣା ଖବର ପାଇବାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜାନ ମୋଲ୍ଲା ଲେନ୍ସ୍ଥିତ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ। ବେଆଇନ ନିର୍ମାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସେ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Tags: