କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶର ଜଣେ ସାଂସଦଙ୍କ କୋଲକାତାରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ସାଂସଦ ଜଣଙ୍କ ଶାସକ ଅୱାମି ଲିଗ୍ ପାର୍ଟିର। ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜ୍ଜାମନ୍ ଖାନ୍ ବୁଧବାର ଏନେଇ ଘୋଷଣା କରିଛନ୍ତି। ଖାନ୍ କହିଛନ୍ତି, କୋଲକାତା ରେ ସାଂସଦ ଅନୱରୁଲ ଅଜିମ୍ ଅନାରଙ୍କୁ ହତ୍ୟା କରାଯାଇଛି ଏବଂ ଏହି ମାମଲାରେ ବାଂଲାଦେଶରେ ୩ ଜଣଙ୍କୁ ଗିରଫ କରାଯାଇଛି। ଅଜିମ୍ ଗତ ମେ’ ୧୮ ତାରିଖରୁ କୋଲକାତାରେ ନିଖୋଜ ହୋଇଯାଇଥିଲେ। ସେ ମେ’ ୧୨ ତାରିଖରେ ଭାରତ […]

Samaya Live Picture
Published On

ନୂଆଦିଲ୍ଲୀ: ବାଂଲାଦେଶର ଜଣେ ସାଂସଦଙ୍କ କୋଲକାତାରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ସାଂସଦ ଜଣଙ୍କ ଶାସକ ଅୱାମି ଲିଗ୍ ପାର୍ଟିର। ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜ୍ଜାମନ୍ ଖାନ୍ ବୁଧବାର ଏନେଇ ଘୋଷଣା କରିଛନ୍ତି। ଖାନ୍ କହିଛନ୍ତି, କୋଲକାତା ରେ ସାଂସଦ ଅନୱରୁଲ ଅଜିମ୍ ଅନାରଙ୍କୁ ହତ୍ୟା କରାଯାଇଛି ଏବଂ ଏହି ମାମଲାରେ ବାଂଲାଦେଶରେ ୩ ଜଣଙ୍କୁ ଗିରଫ କରାଯାଇଛି। ଅଜିମ୍ ଗତ ମେ’ ୧୮ ତାରିଖରୁ କୋଲକାତାରେ ନିଖୋଜ ହୋଇଯାଇଥିଲେ। ସେ ମେ’ ୧୨ ତାରିଖରେ ଭାରତ ଆସିଥିଲେ। ତାଙ୍କୁ ଖୋଜିବାପାଇଁ ଏକ ଉଚ୍ଚସ୍ତରୀୟ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଅଜିମ୍ଙ୍କୁ ଶେଷ ଥର ପାଇଁ ମେ’ ୧୩ ଅପରାହ୍ନରେ ଦେଖିବାକୁ ମିଳିଥିଲା। ସେ ମେଡିକାଲ ଚେକଅପ୍ ପାଇଁ ତାଙ୍କର ଜଣେ ବନ୍ଧୁଙ୍କ ସହ କୋଲକାତା ନିକଟସ୍ଥ ବିଧାନନଗରର ଏକ ଘରକୁ ଯାଇଥିଲେ।
କୋଲକାତାରେ ତାଙ୍କର ଜଣେ ସାଙ୍ଗ କହିଛନ୍ତି, ସେ ତାଙ୍କୁ ମେ’ ୧୩ ତାରିଖ ପୂର୍ବରୁ ଶେଷ ଥର ଦେଖିବାକୁ ପାଇଥିଲେ। ମେ’ ୧୮ ତାରିଖ ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି। ବାଂଲାଦେଶ ସାଂସଦଙ୍କ ହତ୍ୟା ଘଟଣାରେ ଭାରତୀୟ କର୍ତ୍ତୃପକ୍ଷ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି। ଅଜିମ୍ଙ୍କ ପରିବାର ସଦସ୍ୟ ମଧ୍ୟ କୋଲକାତା ଆସିବାପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସେମାନଙ୍କ ଭିସା ପ୍ରକ୍ରିୟା ଜାରି ରହିଛି।

Tags: