କୋର୍ଟରେ ହାଜର ହେଲେ ହେମନ୍ତ ସୋରେନ, ଗିରଫକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କଲେ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ରାଞ୍ଚିର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ନେତା ସୋରେନ ଗତକାଲି ରାତିରେ ହାଇଡ୍ରାମା ପରେ ଗିରଫ ହୋଇଥିଲେ। ଅନ୍ୟପକ୍ଷେ ଚମ୍ପାଇ ସୋରେନ ନୂଆ ସରକାକର ଗଠନ ପାଇଁ ଦାବି କରିବାପରେ ଜେଏମଏମ ନେତାମାନେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାପାଇଁ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଅନୁରୋଧ କରିଛନ୍ତି। ହେମନ୍ତ ସୋରେନଙ୍କୁ ଆଜି ଇଡି ଅଧିକାରୀମାନେ କଡ଼ା ସୁରକ୍ଷା ମଧ୍ୟରେ […]

Samaya Live Picture
Published On

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ରାଞ୍ଚିର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ନେତା ସୋରେନ ଗତକାଲି ରାତିରେ ହାଇଡ୍ରାମା ପରେ ଗିରଫ ହୋଇଥିଲେ। ଅନ୍ୟପକ୍ଷେ ଚମ୍ପାଇ ସୋରେନ ନୂଆ ସରକାକର ଗଠନ ପାଇଁ ଦାବି କରିବାପରେ ଜେଏମଏମ ନେତାମାନେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାପାଇଁ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଅନୁରୋଧ କରିଛନ୍ତି। ହେମନ୍ତ ସୋରେନଙ୍କୁ ଆଜି ଇଡି ଅଧିକାରୀମାନେ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରିଥିଲେ। କୋର୍ଟ ପିଏମଏଲଏ ଅଧୀନରେ ସୋରେନଙ୍କ ମାମଲାର ଶୁଣାଣି କରିଛନ୍ତି। ଅନ୍ୟପକ୍ଷେ ସୋରେନ ତାଙ୍କ ଗିରଫକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଏକ ୩ ଜଣିଆ ଖଣ୍ଡପୀଠ ସୋରେନଙ୍କ ଆବେଦନର ଶୁଣାଣି କରିବେ। ସୋରେନ ପ୍ରଥମେ ଝାଡ଼ଖଣ୍ଡ ହାଇକୋର୍ଟ ଯାଇଥିଲେ। ତେବେ ସେହି ଆବେଦନ ଏବେ ପ୍ରତ୍ୟା8ହାର କରାଯାଇଛି। ଉଲ୍ଳେଖଯୋଗ୍ୟ ଯେ ସୋରେନଙ୍କୁ ଗତକାଲି ରାଞ୍ଚି ସ୍ଥିତ ତାଙ୍କ ବାସଭବନରେ ୭ ଘଣ୍ଟାରୁ ଅଧିକ ସମୟ ଜେରା କରାଯିବାପରେ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି

Tags: