କୋମାରେ ଥିବା ଭାରତୀୟ ଛାତ୍ରୀଙ୍କ ପରିବାରକୁ ମିଳିଲା ଆମେରିକା ଭିସା
ମୁମ୍ବାଇ: ମହାରାଷ୍ଟ୍ରର ସତରା ଜିଲ୍ଲାର ଛାତ୍ରୀ ନୀଲମ୍ ସିନ୍ଦେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆମେରିକାର ଏକ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ପରିବାରକୁ ଆମେରିକାରେ ତାଙ୍କୁ ଭେଟିବା ପାଇଁ ଜରୁରୀ ଭିସା ମିଳିଛି। ନୀଲମ୍ଙ୍କ ବାପା ଓ ମାମୁ ପୁଅ ଭାଇଙ୍କୁ ଭିସା ପ୍ରଦାନ କରାଯାଇ ସେମାନଙ୍କୁ ଆମେରିକା ଯିବାକୁ ଅନୁମତି ଦିଆଯାଇଛି। ନୀଲମ୍ଙ୍କ ସମ୍ପର୍କୀୟ ଭାଇ ଗୌରବ କଦମ ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧୪ରେ ଏକ ଦ୍ରୁତଗାମୀ […]
ମୁମ୍ବାଇ: ମହାରାଷ୍ଟ୍ରର ସତରା ଜିଲ୍ଲାର ଛାତ୍ରୀ ନୀଲମ୍ ସିନ୍ଦେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆମେରିକାର ଏକ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ପରିବାରକୁ ଆମେରିକାରେ ତାଙ୍କୁ ଭେଟିବା ପାଇଁ ଜରୁରୀ ଭିସା ମିଳିଛି। ନୀଲମ୍ଙ୍କ ବାପା ଓ ମାମୁ ପୁଅ ଭାଇଙ୍କୁ ଭିସା ପ୍ରଦାନ କରାଯାଇ ସେମାନଙ୍କୁ ଆମେରିକା ଯିବାକୁ ଅନୁମତି ଦିଆଯାଇଛି। ନୀଲମ୍ଙ୍କ ସମ୍ପର୍କୀୟ ଭାଇ ଗୌରବ କଦମ ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧୪ରେ ଏକ ଦ୍ରୁତଗାମୀ କାର୍ ନୀଲମ୍ଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫେବ୍ରୁଆରି ୧୬ ତାରିଖରେ ଆମକୁ ଦୁର୍ଘଟଣା ସମ୍ପର୍କରେ ଏକ କଲ୍ ଆସିଥିଲା। ଆମେ ପ୍ରଥମେ ଜରୁରୀ ଭିସା ପାଇଁ ଆବେଦନ କରିବାକୁ ଚେଷ୍ଟା କରିଥିଲୁ। ଏଥିରେ ସମସ୍ୟା ଉପୁଜିଥିଲା। କିନ୍ତୁ ମାମଲାରେ ସରକାରଙ୍କ ହସ୍ତକ୍ଷେପ ପରେ ଶେଷରେ ଆମକୁ ଭିସା ମିଳିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ରାଜନେତାମାନେ ଆମକୁ ଭିସା ପାଇବାରେ ସାହାଯ୍ୟ କରିଥିଲେ। ମୁଁ ନୀଲମ୍ଙ୍କ ବାପାଙ୍କ ସହ ଆମେରିକା ଯିବି ଏବଂ ଆସନ୍ତାକାଲି ଆମେ ଯିବୁ ବୋଲି କଦମ କହିଛନ୍ତି। ନିଲମଙ୍କ ପରିବାର ମହାରାଷ୍ଟ୍ରର ସତାରା ଜିଲ୍ଲାର ଉମରଜ ଗାଁର ବାସିନ୍ଦା। ମୁଖ୍ୟତଃ ଚାଷ ଉପରେ ସେମାନେ ନିର୍ଭରଶୀଳ। ନୀଲମ୍ ସିନ୍ଦେ ଆମେରିକାରେ କମ୍ପ୍ୟୁଟର ବିଜ୍ଞାନ ପଢୁଥିଲେ ଏବଂ ୪ ବର୍ଷ ତଳେ ପାଠ ପଢ଼ିବାକୁ ଯାଇଥିଲେ। ନୀଲମ୍ଙ୍କ ନିଜ ଭାଇ ବିନୋଦ ସିନ୍ଦେ ପୁଣେର ଏକ ଫାଇନାନ୍ସ କମ୍ପାନିରେ କାମ କରନ୍ତି, କିନ୍ତୁ ତାଙ୍କ ପାଖରେ ପାସପୋର୍ଟ ନ ଥିବାରୁ ସେ ବର୍ତ୍ତମାନ ଭିସା ପାଇଁ ଆବେଦନ କରିପାରିବେ ନାହିଁ। ତେଣୁ ପୁଣେର ଏକ ଆଇଟି ଫାର୍ମରେ କାମ କରୁଥିବା ତାଙ୍କ ମାମୁପୁଅ ଭାଇ କଦମ ଏକ ମାସର ଛୁଟି ନେଇ ନୀଲମ୍ଙ୍କ ବାପାଙ୍କ ସହ ଯାଉଛନ୍ତି।




