କୋଟାରେ ୧୮ ବର୍ଷୀୟ ଛାତ୍ର ନିଖୋଜ , ୭ ଦିନରେ ଦ୍ବିତୀୟ ଘଟଣା

ଜୟପୁର : ରାଜସ୍ଥାନର କୋଟାରେ ଜଣେ ୧୮ ବର୍ଷୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି। ତେବେ ୭ ଦିନ ମଧ୍ୟରେ ଏହା ଦ୍ବିତୀୟ ଘଟଣା। ଗତ କିଛି ଦିନ ତଳେ ମଧ୍ୟ କୋଟାରୁ ଅନ୍ୟ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ନିଖୋଜ ହୋଇଥିବା ଛାତ୍ରଙ୍କ ନାମ ଯୁବରାଜ। ସେ ଏକ ଘରୋଇ କୋଚିଂ ସେଣ୍ଟରରେ ନିଟ୍ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ। ଶନିବାର ଦିନ ଯୁବରାଜ କୋଟାର ଟ୍ରାନ୍ସପୋର୍ଟ ନଗର ଅଞ୍ଚଳ ହଷ୍ଟେଲରୁ ସକାଳ ୭ଟା ସମୟରେ […]

Samaya Live Picture
Published On

ଜୟପୁର : ରାଜସ୍ଥାନର କୋଟାରେ ଜଣେ ୧୮ ବର୍ଷୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି। ତେବେ ୭ ଦିନ ମଧ୍ୟରେ ଏହା ଦ୍ବିତୀୟ ଘଟଣା। ଗତ କିଛି ଦିନ ତଳେ ମଧ୍ୟ କୋଟାରୁ ଅନ୍ୟ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ନିଖୋଜ ହୋଇଥିବା ଛାତ୍ରଙ୍କ ନାମ ଯୁବରାଜ। ସେ ଏକ ଘରୋଇ କୋଚିଂ ସେଣ୍ଟରରେ ନିଟ୍ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ। ଶନିବାର ଦିନ ଯୁବରାଜ କୋଟାର ଟ୍ରାନ୍ସପୋର୍ଟ ନଗର ଅଞ୍ଚଳ ହଷ୍ଟେଲରୁ ସକାଳ ୭ଟା ସମୟରେ କୋଚିଂ ସେଣ୍ଟରକୁ ଯିବାପାଇଁ ବାହାରିଥିଲେ। କିନ୍ତୁ ତା’ ପରଠାରୁ ତାଙ୍କର କିଛି ଖୋଜ ଖବର ନାହିଁ। କିନ୍ତୁ ଯୁବରାଜ ହଷ୍ଟେଲରେ ତାଙ୍କ ମୋବାଇଲ ଫୋନ୍ ଛାଡ଼ି ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ରଚିତ ସନ୍ଧ୍ୟା ନାମକ ଜଣେ ଛାତ୍ରୀ କୋଟାରୁ ନିଖୋଜ ହେବାର ପ୍ରାୟ ସପ୍ତାହକ ପରେ ଏହି ଘଟଣା ଘଟିଛି। ୧୬ ବର୍ଷୀୟା ସନ୍ଧ୍ୟା ମଧ୍ୟ ହଷ୍ଟେଲ ଛାଡ଼ିବା ପରେ ନିଖୋଜ ହୋଇଯାଇଥିଲେ। ପୁଲିସ ରିପୋର୍ଟ ଅନୁଯାୟୀ ସନ୍ଧ୍ୟା ହେଉଛନ୍ତି ମଧ୍ୟପ୍ରଦେଶର। ଜବାହର ନଗର ଥାନା ଅଞ୍ଚଳରେ ତାଙ୍କ ହଷ୍ଟେଲ ଆସୁଛି।

.

Tags: