କୋଟାରେ ପୁଣି ୨ ଜଣ ନିଟ୍ ଆଶାୟୀଙ୍କ ଆତ୍ମହତ୍ୟା
ଜୟପୁର : ରାଜସ୍ଥାନର କୋଟାରେ ପୁଣି ୨ ଜଣ ନିଟ୍ ଆଶାୟୀ ଆତ୍ମହତ୍ୟା କରିଦେଇଛନ୍ତି। ଗୋଟିଏ ଦିନରେ ମାତ୍ର କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ୨ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ପୁଲିସ ଅନୁଯାୟୀ ଉତ୍ତରପ୍ରଦେଶର ଜଣେ ଛାତ୍ର ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ସେ ମାସକ ପୂର୍ବରୁ କୋଟା ଆସିଥିଲେ। କୋଟାରେ ସେ ଏକ ଭଡ଼ା ଘରେ ରହୁଥିଲେ। କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ଉକ୍ତ ୧୯ ବର୍ଷୀୟ ଛାତ୍ରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର […]
ଜୟପୁର : ରାଜସ୍ଥାନର କୋଟାରେ ପୁଣି ୨ ଜଣ ନିଟ୍ ଆଶାୟୀ ଆତ୍ମହତ୍ୟା କରିଦେଇଛନ୍ତି। ଗୋଟିଏ ଦିନରେ ମାତ୍ର କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ୨ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ପୁଲିସ ଅନୁଯାୟୀ ଉତ୍ତରପ୍ରଦେଶର ଜଣେ ଛାତ୍ର ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ସେ ମାସକ ପୂର୍ବରୁ କୋଟା ଆସିଥିଲେ। କୋଟାରେ ସେ ଏକ ଭଡ଼ା ଘରେ ରହୁଥିଲେ। କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ଉକ୍ତ ୧୯ ବର୍ଷୀୟ ଛାତ୍ରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ଏହାର କିଛି ସମୟ ପୂର୍ବରୁ ଅନ୍ୟ ଜଣେ ଛାତ୍ର ମଧ୍ୟ ଆତ୍ମହତ୍ୟା କରିଦେଇଥିଲେ। ଏଥିସହ ରାଜସ୍ଥାନରେ ଚଳିତମାସରେ ମୋଟ୍ ୪ ଜଣ ଛାତ୍ର ଆତ୍ମହତ୍ୟା କଲେଣି। ଚଳିତବର୍ଷ କୋଟାରେ ମୋଟ୍ ୧୫ ଜଣ ଛାତ୍ର ଆତ୍ମହତ୍ୟା କଲେଣି।




