କୋଟାରେ ପୁଣି ୨ ଛାତ୍ରଙ୍କ ଆତ୍ମହତ୍ୟା , ଚଳିତ ବର୍ଷ ୨୪ ଛାତ୍ର ଆତ୍ମହତ୍ୟା କଲେଣି

କୋଟା : ରାଜସ୍ଥାନର କୋଚିଂ ହବ୍‌ କୋଟାରେ ପୁଣି ୨ ଜଣ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟା କରିଥିବା ୨ ଛାତ୍ର ହେଉଛନ୍ତି ନିଟ୍‌ ଆଶାୟୀ। ଜଣଙ୍କ ନାଁ ଆବିଷ୍କାର କସଲେ ଏବଂ ଅନ୍ୟ ଜଣଙ୍କ ନାଁ ଆଦର୍ଶ ରାଜ୍‌। ରବିବାର ସେମାନେ ଆତ୍ମହତ୍ୟା କରିଦେଇଛନ୍ତି। ସେମାନେ ନେଉଥିବା କୋଚିଂ ସେଣ୍ଟରରେ ଏକ ପରୀକ୍ଷା‌ ଦେବାପରେ ସେମାନେ ଏହି ଚରମ ପଦ‌କ୍ଷେପ ଗ୍ରହଣ କରିଛନ୍ତି। କୋଟାରେ ଚଳିତ ବର୍ଷ ମୋଟ୍‌ ୨୪ ଜଣ ଛାତ୍ର ଆତ୍ମହତ୍ୟା କଲେଣି। […]

Samaya Live Picture
Published On

କୋଟା : ରାଜସ୍ଥାନର କୋଚିଂ ହବ୍‌ କୋଟାରେ ପୁଣି ୨ ଜଣ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟା କରିଥିବା ୨ ଛାତ୍ର ହେଉଛନ୍ତି ନିଟ୍‌ ଆଶାୟୀ। ଜଣଙ୍କ ନାଁ ଆବିଷ୍କାର କସଲେ ଏବଂ ଅନ୍ୟ ଜଣଙ୍କ ନାଁ ଆଦର୍ଶ ରାଜ୍‌। ରବିବାର ସେମାନେ ଆତ୍ମହତ୍ୟା କରିଦେଇଛନ୍ତି। ସେମାନେ ନେଉଥିବା କୋଚିଂ ସେଣ୍ଟରରେ ଏକ ପରୀକ୍ଷା‌ ଦେବାପରେ ସେମାନେ ଏହି ଚରମ ପଦ‌କ୍ଷେପ ଗ୍ରହଣ କରିଛନ୍ତି। କୋଟାରେ ଚଳିତ ବର୍ଷ ମୋଟ୍‌ ୨୪ ଜଣ ଛାତ୍ର ଆତ୍ମହତ୍ୟା କଲେଣି। ରବିବାର ଅପରାହ୍ନ ପ୍ରାୟ ୩.୧୫ ସମୟରେ ଆବିଷ୍କାର କୋଚିଂ ସେଣ୍ଟରର ୬ ମହଲାରୁ ଡେଇଁ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନେବା ବାଟ‌ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହାର କିଛି ଘଣ୍ଟା ପରେ ଆଦର୍ଶ ରାଜ ସନ୍ଧ୍ୟା ୭ଟାରେ ସେ ଭଡ଼ା ରହୁଥିବା ଘରେ ଫ୍ୟାନ୍‌ରେ ଝୁଲି ପଡ଼ିଛନ୍ତି। ଆଦର୍ଶ ହେଉଛନ୍ତି ବିହାର ବାସିନ୍ଦା। ଅନ୍ୟପକ୍ଷେ ଆବିଷ୍କାର ହେଉଛନ୍ତି ମହାରାଷ୍ଟ୍ରର ଲତୁର ଜିଲ୍ଲା ବାସିନ୍ଦା। ଆବିଷ୍କାର ୩ ବର୍ଷ ଧରି ନିଟ୍‌ ୟୁଜି ପାଇଁ ପ୍ରସ୍ତୁତ ‌ହେଉଥିଲେ। ତାଙ୍କ ବାପା ମା’ ହେଉଛନ୍ତି ମହାରାଷ୍ଟ୍ରରେ ଏକ ସରକାରୀ ସ୍କୁଲ୍‌ର ଶିକ୍ଷକ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଇତି ମଧ୍ୟରେ ଆସନ୍ତା ୨ ମାସ ମଧ୍ୟରେ କୌଣସି ଟେଷ୍ଟ୍‌ ନକରିବାପାଇଁ ଜିଲ୍ଲାପାଳ ଓପି ବଙ୍କର କୋଚିଂ ସେଣ୍ଟର ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ରୁମ୍‌ର ଫ୍ୟାନ୍‌ରେ ଆତ୍ମହତ୍ୟା ନିରୋଧୀ ଉପକରଣ ଲଗାଇବାପାଇଁ ସେ କୋଚିଂ ଇନଷ୍ଟିଚ୍ୟୁଟ୍‌ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

Tags: