କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଜୟପୁର: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଗତ ଗୋଟିଏ ସପ୍ତାହ ମଧ୍ୟରେ କୋଟାରେ ଏହା ତୃତୀୟ ଛାତ୍ର ଆତ୍ମହତ୍ୟା ମାମଲା। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ମନୀଷ ପ୍ରଜାପତ। ବୟସ ୧୭। ସେ ଉତ୍ତରପ୍ରଦେଶର ଆଜମଗଡ଼ ବାସିନ୍ଦା। ଗତ ୬ ମାସ ଧରି ସେ କୋଟାର ଏକ ଘରୋଇ କୋଚିଂ ଇନଷ୍ଟିଚ୍ୟୁଟରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନି। ପୁଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି […]

Samaya Live Picture
Published On

ଜୟପୁର: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଗତ ଗୋଟିଏ ସପ୍ତାହ ମଧ୍ୟରେ କୋଟାରେ ଏହା ତୃତୀୟ ଛାତ୍ର ଆତ୍ମହତ୍ୟା ମାମଲା। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ମନୀଷ ପ୍ରଜାପତ। ବୟସ ୧୭। ସେ ଉତ୍ତରପ୍ରଦେଶର ଆଜମଗଡ଼ ବାସିନ୍ଦା। ଗତ ୬ ମାସ ଧରି ସେ କୋଟାର ଏକ ଘରୋଇ କୋଚିଂ ଇନଷ୍ଟିଚ୍ୟୁଟରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନି। ପୁଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଏହା କୋଟାରେ ଚଳିତ ବର୍ଷର ୨୧ ତମ ମାମଲା। କୋଟାରେ ଛାତ୍ର ଆତ୍ମହତ୍ୟା ବଢ଼ିବା ଅତ୍ୟନ୍ତ ଉଦ୍‌ବେଗଜନକ। ଗତ କିଛି ବର୍ଷ ଧରି କୋଟାକୁ କିଛି ଛାତ୍ର ଅନେକ ସ୍ବପ୍ନ ନେଇ ଆସୁଛନ୍ତି। କିନ୍ତୁ କୋଟାରୁ ଫେରି ପାରୁନାହାନ୍ତି। ପାଠପଢ଼ାର ଚାପରେ‌ ସେମାନେ ଆତ୍ମହତ୍ୟା‌ର ବାଟ ବାଛି ନେଉଛନ୍ତି।

Tags: