କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷର ଏକାଦଶ ମାମଲା
ଜୟପୁର : ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଦେଶରେ ସବୁଠାରୁ ବଡ଼ କୋଚିଂ ହବ୍ କୋଟାରେ ଆତ୍ମହତ୍ୟା ଯେଉଁଭଳି ଭାବେ ବଢ଼ୁଛି ତାହା ଅତ୍ୟନ୍ତ ଚିନ୍ତାଜନକ । ୧୭ ବର୍ଷୀୟ ଆୟୁଷ ଜୟସ୍ବାଲ ନାମକ ଜଣେ ଛାତ୍ର କୋଟାରେ ରହି ଆଇଆଇଟି-ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଆଜି ସେ ତାଙ୍କ ହଷ୍ଟେଲ ରୁମ୍ର ଫ୍ୟାନ୍ରେ ଝୁଲି ପଡ଼ିଛନ୍ତି। ଏହା ହେଉଛି ଚଳିତ ବର୍ଷର ଏକାଦଶ ମାମଲା। ମୃତ ଛାତ୍ରଙ୍କ ଘର ବିହାରର […]
ଜୟପୁର : ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଦେଶରେ ସବୁଠାରୁ ବଡ଼ କୋଚିଂ ହବ୍ କୋଟାରେ ଆତ୍ମହତ୍ୟା ଯେଉଁଭଳି ଭାବେ ବଢ଼ୁଛି ତାହା ଅତ୍ୟନ୍ତ ଚିନ୍ତାଜନକ । ୧୭ ବର୍ଷୀୟ ଆୟୁଷ ଜୟସ୍ବାଲ ନାମକ ଜଣେ ଛାତ୍ର କୋଟାରେ ରହି ଆଇଆଇଟି-ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଆଜି ସେ ତାଙ୍କ ହଷ୍ଟେଲ ରୁମ୍ର ଫ୍ୟାନ୍ରେ ଝୁଲି ପଡ଼ିଛନ୍ତି। ଏହା ହେଉଛି ଚଳିତ ବର୍ଷର ଏକାଦଶ ମାମଲା। ମୃତ ଛାତ୍ରଙ୍କ ଘର ବିହାରର ମୋତିହାରୀରେ। ସେ ମହାବୀର ନଗର ଅଞ୍ଚଳର ସମ୍ରାଟ ଚୌକ ନିକଟରେ ଜଣଙ୍କ ଘରେ ପେଇଂ ଗେଷ୍ଟ୍ ଭାବେ ରହୁଥିଲେ। ଶନିବାର ରାତି ପର୍ଯ୍ୟନ୍ତ ସେ ତାଙ୍କ ଘର ବାହାରକୁ ନବାହାରିବାରୁ ତାଙ୍କ ସାଙ୍ଗମାନେ ପେଇଂ ଗେଷ୍ଟ୍ ଘର ମାଲିକଙ୍କୁ ଜଣାଇଥିଲେ ଏବଂ ସେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଘର କବାଟ ଭାଙ୍ଗି ଆୟୁଷଙ୍କ ମୃତଦେହ ଉଦ୍ଧାର କରିଥିଲା। ଛାତ୍ରଙ୍କ ମୃତଦେହ ନିକଟରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ପୁଲିସ କହିଛି ଆୟୁଷଙ୍କ ପରିବାର ସଦସ୍ୟ ପହଞ୍ଚିବାପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ।




