କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷର ଷଷ୍ଠ ମାମଲା

ନୂଆଦିଲ୍ଲୀ : ରାଜସ୍ଥାନର କୋଟାରେ ପୁଣି ଜଣେ ଜେଇଇ ଆଶାୟୀ ଆତ୍ମହତ୍ୟା କରିଦେଇଛନ୍ତି। ଏହା ଚଳିତ ବର୍ଷର ଷଷ୍ଠ ମାମଲା। ଆତ୍ମହତ୍ୟା କରିଥିବା ଛାତ୍ରଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ନାଁ ଅଭିଶେକ କୁମାର। ସେ ବିହାରର ଭାଗଲପୁର ଜିଲ୍ଲା ବାସିନ୍ଦା। ଅଭିଶେକ ହେଉଛନ୍ତି ଜେଇଇ ଆଶାୟୀ। ସେ କୋଟାର ବିଜ୍ଞାନ ନଗର ଅଞ୍ଚଳରେ ନିଜ ଭଡ଼ା ଘରେ ବିଷ ପିଇ ଆତ୍ମହତ୍ୟା କରିଦେଇଛନ୍ତି। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପୁଲିସ କହିଛି, ତାଙ୍କ ଭଡ଼ା […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନର କୋଟାରେ ପୁଣି ଜଣେ ଜେଇଇ ଆଶାୟୀ ଆତ୍ମହତ୍ୟା କରିଦେଇଛନ୍ତି। ଏହା ଚଳିତ ବର୍ଷର ଷଷ୍ଠ ମାମଲା। ଆତ୍ମହତ୍ୟା କରିଥିବା ଛାତ୍ରଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ନାଁ ଅଭିଶେକ କୁମାର। ସେ ବିହାରର ଭାଗଲପୁର ଜିଲ୍ଲା ବାସିନ୍ଦା। ଅଭିଶେକ ହେଉଛନ୍ତି ଜେଇଇ ଆଶାୟୀ। ସେ କୋଟାର ବିଜ୍ଞାନ ନଗର ଅଞ୍ଚଳରେ ନିଜ ଭଡ଼ା ଘରେ ବିଷ ପିଇ ଆତ୍ମହତ୍ୟା କରିଦେଇଛନ୍ତି। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପୁଲିସ କହିଛି, ତାଙ୍କ ଭଡ଼ା ଘରୁ ଏକ ବିଷ ବଟଲ୍ ମିଳିଛି ଏବଂ ଏକ ସୁଇସାଇଡ୍ ନୋଟ୍ ମିଳିଛି। ସୁଇସାଇଡ ନୋଟରେ ଅଭିଶେକ ଲେଖିଛନ୍ତି, ‘ସରି ପାପା, ଆଇ କ୍ୟାନ୍ ନଟ୍ ଡୁ ଇଟ୍’। ପୁଲିସ କହିଛି ଅଭିଶେକ ଗତ ଜାନୁଆରି ୨୯ ଏବଂ ଫେବ୍ରୁଆରି ୧୯ରେ କୋଚିଂ ସେଣ୍ଟରରେ ହୋଇଥିବା ପରୀକ୍ଷା ଦେଇନଥିଲେ। ତେବେ ଶବ ବ୍ୟବଚ୍ଛେଦ ପରେ ଅଭିଶେକଙ୍କ ମର ଶରୀର ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ମାସ ଧରି କୋଟାରେ ଆତ୍ମହତ୍ୟା ବଢ଼ିଚାଲିଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏହା ଚିନ୍ତା ବଢ଼ାଇଛି। ଏହା ପୂର୍ବରୁ ଜାନୁଆରି ୨୩ ତାରିଖରେ ଉତ୍ତରପ୍ରଦେଶର ଜଣେ ଛାତ୍ର କୋଟାରେ ଆତ୍ମହତ୍ୟା କରିଦେଇଥିଲେ। ସେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ।

Tags: