କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷର ୨୨ତମ ମାମଲା

ଜୟପୁର, ୧୬/୮ : ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଏହା ଚଳିତ ମାସର ଚତୁର୍ଥ ଘଟଣା ଏବଂ ଚଳିତ ବର୍ଷର ୨୨ତମ ମାମଲା। ବିହାର ଗୟା ଜିଲ୍ଲାର ୧୮ ବର୍ଷୀୟ ବାଲ୍ମିକୀ ଜଙ୍ଗିଦ ଜେଇଇ ମେନ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ କୋଟାର ମହାବୀର ନଗରରେ ଗତ ଗୋଟିଏ ବର୍ଷ ହେବ ରହୁଥିଲେ ଏବଂ ସେଠାରେ ଏକ କୋଚିଂ ସେଣ୍ଟରରେ ପଢ଼ୁଥିଲେ। ତେବେ ମଙ୍ଗଳବାର ରାତିରେ ସେ ଆତ୍ମହତ୍ୟା କରିଦେଇଛନ୍ତି। ଅତ୍ୟଧିକ […]

Samaya Live Picture
Published On

ଜୟପୁର, ୧୬/୮ : ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଏହା ଚଳିତ ମାସର ଚତୁର୍ଥ ଘଟଣା ଏବଂ ଚଳିତ ବର୍ଷର ୨୨ତମ ମାମଲା। ବିହାର ଗୟା ଜିଲ୍ଲାର ୧୮ ବର୍ଷୀୟ ବାଲ୍ମିକୀ ଜଙ୍ଗିଦ ଜେଇଇ ମେନ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ କୋଟାର ମହାବୀର ନଗରରେ ଗତ ଗୋଟିଏ ବର୍ଷ ହେବ ରହୁଥିଲେ ଏବଂ ସେଠାରେ ଏକ କୋଚିଂ ସେଣ୍ଟରରେ ପଢ଼ୁଥିଲେ। ତେବେ ମଙ୍ଗଳବାର ରାତିରେ ସେ ଆତ୍ମହତ୍ୟା କରିଦେଇଛନ୍ତି। ଅତ୍ୟଧିକ ପାଠ ଚାପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ କୋଟାରେ ଲଗାତାର ଭାବେ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ଏକ ଚିନ୍ତାର କାରଣ ପାଲଟିଛି। ଗତ କିଛି ବର୍ଷ ହେବ କୋଟାରେ ଅଧିକରୁ ଅଧିକ ଛାତ୍ର ଆତ୍ମହତ୍ୟା କରିଦେଉଛନ୍ତି। ଏହା ଫଳରେ ଛାତ୍ରଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟ ସରକାର ମଧ୍ୟ କୋଟାରେ ରହି କୋଚିଂ ନେଉଥିବା ଛାତ୍ରମାନଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି।

Tags: