କୋଟାରେ ପୁଣି ଛାତ୍ର ଆତ୍ମହତ୍ୟା, ଚଳିତ ବର୍ଷର ତୃତୀୟ ମାମଲା

କୋଟା: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଏହା ଚଳିତ ବର୍ଷର ତୃତୀୟ ମାମଲା। ଜେଇଇ ମେନ୍-୨୦୨୪ର ପ୍ରଥମ ପର୍ଯ୍ୟାୟ ଉତ୍ତର ଚାର୍ଟ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଜଣେ ୧୬ ବର୍ଷୀୟ ଜେଇଇ ପରୀକ୍ଷାର୍ଥୀ ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି। ଜାନୁଆରି ପରେ ଏହା ତୃତୀୟ ଆତ୍ମହତ୍ୟା ଘଟଣା। କୋଟାରେ ଆତ୍ମହତ୍ୟା ବଢ଼ିବାକୁ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି। ଡିଏସ୍ପି ଭବାନୀ ସିଂହ […]

Samaya Live Picture
Published On

କୋଟା: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଏହା ଚଳିତ ବର୍ଷର ତୃତୀୟ ମାମଲା। ଜେଇଇ ମେନ୍-୨୦୨୪ର ପ୍ରଥମ ପର୍ଯ୍ୟାୟ ଉତ୍ତର ଚାର୍ଟ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଜଣେ ୧୬ ବର୍ଷୀୟ ଜେଇଇ ପରୀକ୍ଷାର୍ଥୀ ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି। ଜାନୁଆରି ପରେ ଏହା ତୃତୀୟ ଆତ୍ମହତ୍ୟା ଘଟଣା। କୋଟାରେ ଆତ୍ମହତ୍ୟା ବଢ଼ିବାକୁ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି। ଡିଏସ୍ପି ଭବାନୀ ସିଂହ କହିଛନ୍ତି ଯେ ଶୁଭ ଚୌଧୁରୀଙ୍କ ମୃତଦେହ ଆଜି ସକାଳେ ଜବାହର ନଗର ଅଞ୍ଚଳରେ ଥିବା ତାଙ୍କ ହଷ୍ଟେଲ ରୁମର ସିଲିଂ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଶୁଭ ଚୌଧୁରୀ ହେଉଛନ୍ତି ଛତିଶଗଡ଼ର ବାସିନ୍ଦା । ସେ ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ ଏବଂ ଜେଇଇ-ମେନ୍ ୨୦୨୪ ପରୀକ୍ଷା ଦେଇଥିଲେ। ଶୁଭ କୋଟାର ଏକ କୋଚିଂ ଇନ୍ଷ୍ଟିଚ୍ୟୁଟରେ ଜେଇଇ ପାଇଁ ପ୍ରସ୍ତୁତି କରୁଥିଲେ ଏବଂ ଦୁଇ ବର୍ଷ ହେବ ଜବାହର ନଗର ଅଞ୍ଚଳରେ ଥିବା ହଷ୍ଟେଲରେ ରହୁଥିଲେ। ମଙ୍ଗଳବାର ସକାଳେ ଶୁଭଙ୍କ ବାପା ବାପା-ମା’ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ସୁଦ୍ଧା ତାଙ୍କଠାରୁ କୌଣସି ଉତ୍ତର ନ ମିଳିବାରୁ ସେମାନେ ହଷ୍ଟେଲ୍ ୱାର୍ଡେନଙ୍କୁ ଯାଞ୍ଚ କରିବାକୁ କହିଥିଲେ । ୱାର୍ଡେନ ଶୁଭଙ୍କ ରୁମ୍ ଯିବାପରେ ସେଠାରେ ତାଙ୍କ ମୃତଦେହକୁ ସିଲିଂ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ସୋମବାର ରାତିରେ ଶୁଭ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ କୋଠରୀରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବାରୁ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Tags: