କୋଟାରେ ପୁଣିଜଣେ ନିଟ୍‌ ଆଶାୟୀଙ୍କ ଆତ୍ମହତ୍ୟା‌, ଚଳିତ ବର୍ଷର ୨୫ତମ ମାମଲା

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ପୁଣି ଜଣେ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଦେଇଛନ୍ତି। ଏହା ଚଳିତ ବର୍ଷର ୨୫ତମ ମାମଲା। ମାତ୍ର ୮ ମାସ ମଧ୍ୟରେ ୨୫ ଜଣ ଛାତ୍ର ପାଠ ଚାପରେ ଆତ୍ମହତ୍ୟା କରିଦେଇଛନ୍ତି। ରାଞ୍ଚିର ଏହି ୧୬ ବର୍ଷୀୟ ଛାତ୍ର କୋଟାର ବ୍ଲେଜ୍‌ ‌ହଷ୍ଟେଲ୍‌ରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ହଷ୍ଟେଲ୍‌ ରୁମ୍‌ ପଙ୍ଖାରେ ସେ ଆତ୍ମହତ୍ୟା କରିଦେଇଛନ୍ତି। ପ୍ରାୟ ୨ ଲକ୍ଷ ଛାତ୍ର ପ୍ରତିବର୍ଷ କୋଟା ଆସୁଛନ୍ତି। ନିଟ୍‌ ଏବଂ ଜେଇଇ […]

Samaya Live Picture
Published On

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ପୁଣି ଜଣେ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଦେଇଛନ୍ତି। ଏହା ଚଳିତ ବର୍ଷର ୨୫ତମ ମାମଲା। ମାତ୍ର ୮ ମାସ ମଧ୍ୟରେ ୨୫ ଜଣ ଛାତ୍ର ପାଠ ଚାପରେ ଆତ୍ମହତ୍ୟା କରିଦେଇଛନ୍ତି। ରାଞ୍ଚିର ଏହି ୧୬ ବର୍ଷୀୟ ଛାତ୍ର କୋଟାର ବ୍ଲେଜ୍‌ ‌ହଷ୍ଟେଲ୍‌ରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ହଷ୍ଟେଲ୍‌ ରୁମ୍‌ ପଙ୍ଖାରେ ସେ ଆତ୍ମହତ୍ୟା କରିଦେଇଛନ୍ତି। ପ୍ରାୟ ୨ ଲକ୍ଷ ଛାତ୍ର ପ୍ରତିବର୍ଷ କୋଟା ଆସୁଛନ୍ତି। ନିଟ୍‌ ଏବଂ ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆଶା ନେଇ ସେମାନେ କୋଟାକୁ ଆସୁଛନ୍ତି। କିନ୍ତୁ ପରିବାର ଛାଡ଼ି ବାହାରେ ରହିବା ସହ ଅତ୍ୟଧିକ ପାଠ ଚାପ ସେମାନଙ୍କ ଜୀବନ ନେଇଯାଉଛି। ରାଜସ୍ଥାନ ପୁଲିସ ତଥ୍ୟ ଅନୁଯା‌ୟୀ ୨୦୨୨ରେ କୋଟାରେ ୧୫ ଜଣ ଛାତ୍ର ଆତ୍ମହତ୍ୟା କରିଥିବା‌ବେଳେ ୨୦୧୯‌ରେ ୧୮, ୨୦୧୮ରେ ୨୦, ୨୦୧୭ରେ ୭, ୨୦୧୬ରେ ୧୭ ଏବଂ ୨୦୧୫ରେ ୧୮ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ୨୦୨୦ ଏବଂ ୨୦୨୧ରେ କରୋନା ମହାମାରୀ ଯୋଗୁଁ କୋଚିଂ ଇନଷ୍ଟିଚ୍ୟୁଟ୍‌ ବନ୍ଦ ରହିଥିଲା। ଏହି କାରଣ ପାଇଁ ଉକ୍ତ ୨ ବର୍ଷରେ କୋଟାରେ କୌଣସି ଛାତ୍ର ଆତ୍ମହତ୍ୟା କରିନଥିଲେ।

Tags: