କୋଟାରେ ଆଉ ଜଣେ ନିଟ୍‌ ଆଶାୟୀଙ୍କ ଆତ୍ମହତ୍ୟା

କୋଟା: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ପ୍ରବେଶିକା ଯୋଗ୍ୟତା ପରୀକ୍ଷା (ନିଟ୍) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ରଙ୍କ ମୃତଦେହ ରାଜସ୍ଥାନର କୋଚିଂ ହବ୍ କୋଟାରୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସ୍ଥାନୀୟ ପୁଲିସ ଅଧିକାରୀ ମଙ୍ଗୀ ଲାଲ ଯାଦବ କହିଛନ୍ତି ଯେ ଛାତ୍ର ଜଣକ ରାଜସ୍ଥାନର ସୱାଇ ମାଧୋପୁରର ବାସିନ୍ଦା ଏବଂ ଦୁଇ ବର୍ଷ ତଳେ କୋଟାରେ ପହଞ୍ଚିଥିଲେ। ସେ ଏକ ପ୍ରତିଷ୍ଠିତ କୋଚିଂ […]

କୋଟାରେ ଆଉ ଜଣେ ନିଟ୍‌ ଆଶାୟୀଙ୍କ ଆତ୍ମହତ୍ୟା
Samaya Live Picture
Published On

କୋଟା: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ପ୍ରବେଶିକା ଯୋଗ୍ୟତା ପରୀକ୍ଷା (ନିଟ୍) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ରଙ୍କ ମୃତଦେହ ରାଜସ୍ଥାନର କୋଚିଂ ହବ୍ କୋଟାରୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସ୍ଥାନୀୟ ପୁଲିସ ଅଧିକାରୀ ମଙ୍ଗୀ ଲାଲ ଯାଦବ କହିଛନ୍ତି ଯେ ଛାତ୍ର ଜଣକ ରାଜସ୍ଥାନର ସୱାଇ ମାଧୋପୁରର ବାସିନ୍ଦା ଏବଂ ଦୁଇ ବର୍ଷ ତଳେ କୋଟାରେ ପହଞ୍ଚିଥିଲେ। ସେ ଏକ ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟରେ ନିଟ୍ ପ୍ରସ୍ତୁତି କରୁଥିଲେ ଏବଂ ଏକ ଘରୋଇ ହଷ୍ଟେଲ୍‌ରେ ରହୁଥିଲେ। ଛାତ୍ର ଜଣକ ନିଜ କୋଠରୀର ସିଲିଂ ଫ୍ୟାନ୍‌ରେ ଆତ୍ମହତ୍ୟା କରିଛନ୍ତି। ଆଜି ଛାତ୍ର ଜଣକ କବାଟ ନ ଖୋଲିବାରୁ ହଷ୍ଟେଲ ମାଲିକ କବାଟ ଭାଙ୍ଗି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ପୁଲିସ କହିଛି।

Tags: