କୋଟାରେ ଆଉ ଜଣେ ନିଟ୍ ଅଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ରାଜସ୍ଥାନର କୋଟାରେ ପୁଣି ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଦେଇଛନ୍ତି। କୋଟାର କୁହ୍ନାରି ଅଞ୍ଚଳରେ ଆଜି ଜଣେ ୨୦ ବର୍ଷୀୟା ନିଟ୍ ଆଶାୟୀ ତାଙ୍କ ହଷ୍ଟେଲ୍ ରୁମର ସିଲିଂ ଫ୍ୟାନରେ ଝୁଲି ପଡ଼ିଛନ୍ତି। ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ମା’ ସନ୍ଦେହ କରୁଛନ୍ତି। ତେବେ ଚଳିତ ଜାନୁଆରିରେ କୋଟାରେ ଏହା ଅଷ୍ଟମ ଆତ୍ମହତ୍ୟା ମାମଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୩ରେ କୋଟାରେ ଆତ୍ମହତ୍ୟା ସଂଖ୍ୟା ୨୬ ଥିଲା। ତେବେ କୋଟାରେ ଆଜି […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନର କୋଟାରେ ପୁଣି ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଦେଇଛନ୍ତି। କୋଟାର କୁହ୍ନାରି ଅଞ୍ଚଳରେ ଆଜି ଜଣେ ୨୦ ବର୍ଷୀୟା ନିଟ୍ ଆଶାୟୀ ତାଙ୍କ ହଷ୍ଟେଲ୍ ରୁମର ସିଲିଂ ଫ୍ୟାନରେ ଝୁଲି ପଡ଼ିଛନ୍ତି। ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ମା’ ସନ୍ଦେହ କରୁଛନ୍ତି। ତେବେ ଚଳିତ ଜାନୁଆରିରେ କୋଟାରେ ଏହା ଅଷ୍ଟମ ଆତ୍ମହତ୍ୟା ମାମଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୩ରେ କୋଟାରେ ଆତ୍ମହତ୍ୟା ସଂଖ୍ୟା ୨୬ ଥିଲା। ତେବେ କୋଟାରେ ଆଜି ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ସୁମିତ ପଞ୍ଚଲ। ତାଙ୍କ ଘର ହରିୟାଣାର ରୋହତକରେ। ସେ କୋଟାରେ ବର୍ଷକରୁ ଊର୍ଦ୍ଧ୍ବ ସମୟ ଧରି ନିଟ ପାଇଁ ପ୍ରସ୍ତୁତ ହେଉଥିଲେ। ସୁମିତଙ୍କ ବାପା ମା’ ଉକ୍ତ ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ମାମଲାର ତଦନ୍ତ ପାଇଁ ଦାବି କରିଛନ୍ତି। ସୁମିତଙ୍କ ବାପା ମା’ଙ୍କ ଦାବି ଅନୁଯାୟୀ ଶବ ବ୍ୟବଚ୍ଛେଦ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି ଏବଂ ଏହାପରେ ମର ଶରୀରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

Tags: