କୋଚି ମ୍ୟୁଜିକ କନସର୍ଟରେ ଦଳାଚକଟା, ୪ ମୃତ

ନୂଆଦିଲ୍ଲୀ: କୋଚିନ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି (ସିୟୁଏସ୍ଏଟି)ରେ ଶନିବାର ସନ୍ଧ୍ୟାରେ ଚାଲିଥିବା ଏକ ମ୍ୟୁଜିକ କନସର୍ଟରେ ଦଳାଚକଟା ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୬୦ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୪ ଜଣ ମୃତକଙ୍କ ମଧ୍ୟରୁ ୨ ଜଣ ଛାତ୍ର ଏବଂ ଛାତ୍ରୀ। ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବାବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ସେମାନଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ: କୋଚିନ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି (ସିୟୁଏସ୍ଏଟି)ରେ ଶନିବାର ସନ୍ଧ୍ୟାରେ ଚାଲିଥିବା ଏକ ମ୍ୟୁଜିକ କନସର୍ଟରେ ଦଳାଚକଟା ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୬୦ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୪ ଜଣ ମୃତକଙ୍କ ମଧ୍ୟରୁ ୨ ଜଣ ଛାତ୍ର ଏବଂ ଛାତ୍ରୀ। ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବାବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଦ୍ବିତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର। ସେମାନଙ୍କୁ ଅଥୁଲ ଥାମ୍ପି, ଆନ୍ନ ରଫତା ଏବଂ ସାନ୍ଦ୍ରା ଥୋମାସ ବୋଲି ଚିହ୍ନଟ କରାଯାଇଛି। କନସର୍ଟରେ ପ୍ଲେବ୍ୟାକ୍ ସିଙ୍ଗର ନିଖିତା ଗାନ୍ଧୀ ଗୀତ ଗାଉଥିବାବେଳେ ଏଭଳି ଘଟଣା ଘଟିଯାଇଛି। ଟେକ୍ ଫେଷ୍ଟ୍ ସମୟରେ ୟୁନିଭର୍ସିଟିର ଓପନ୍ ଏୟାର ଅଡିଟୋରିୟମରେ ଏହି ଦୁର୍ଘଟଣା ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଉକ୍ତ ଘଟଣାରେ ଅନ୍ୟ ମନ୍ତ୍ରୀମାନଙ୍କ ସହ ଏକ ଜରୁରୀ ବୈଠକ କରିଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଯାୟୀ ହଠାତ ବର୍ଷା ହେବାରୁ ଗୋଟିଏ ପାର୍ଶ୍ବରେ ଠିଆ ହୋଇଥିବା କିଛି ଲୋକ ବର୍ଷା କବଳରୁ ବର୍ତ୍ତିବାପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ସ୍ଥିତି ଉପୁଜିଥିଲା।

Tags: