କୋଚି ଆଇଏନଏସ ଗରୁଡ଼ ରନୱେରେ ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ
ନୂଆଦିଲ୍ଲୀ: କୋଚିରେ ଆଜି ଆଇଏନଏସ ଗରୁଡ଼ ନୌସେନା ଘାଟି ରନୱେରେ ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି। ନୌସେନା ଘାଟିର ମେଣ୍ଟେନାନ୍ସ ଟାକ୍ସି ଚେକ୍ ସମୟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ହେଲିକପ୍ଟର କର୍ମଚାରୀଙ୍କ ମୃତ୍ୟୁ ହୋଇଛି ବୋଲି ନୌସେନା ମୁଖପାତ୍ର ଏକ୍ସରେ ଏକ ବିବୃତି ଜାରି କରି କହିଛନ୍ତି। ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନି। ଦୁର୍ଘଟଣାର କାରଣ କ’ଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇଛି ବୋଲି ନୌସେନା ମୁଖପାତ୍ର କହିଛନ୍ତି। ନୌସେନା ମୁଖପାତ୍ର […]
ନୂଆଦିଲ୍ଲୀ: କୋଚିରେ ଆଜି ଆଇଏନଏସ ଗରୁଡ଼ ନୌସେନା ଘାଟି ରନୱେରେ ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି। ନୌସେନା ଘାଟିର ମେଣ୍ଟେନାନ୍ସ ଟାକ୍ସି ଚେକ୍ ସମୟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ହେଲିକପ୍ଟର କର୍ମଚାରୀଙ୍କ ମୃତ୍ୟୁ ହୋଇଛି ବୋଲି ନୌସେନା ମୁଖପାତ୍ର ଏକ୍ସରେ ଏକ ବିବୃତି ଜାରି କରି କହିଛନ୍ତି। ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନି। ଦୁର୍ଘଟଣାର କାରଣ କ’ଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇଛି ବୋଲି ନୌସେନା ମୁଖପାତ୍ର କହିଛନ୍ତି। ନୌସେନା ମୁଖପାତ୍ର ପୁଣିଥରେ କହିଛନ୍ତି, ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ୍ ଆର୍ ହରି କୁମାର ଏବଂ ସମସ୍ତ ନୌସେନା ସଦସ୍ୟ ହେଲିକପ୍ଟର କର୍ମଚାରୀ ଯୋଗେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।




