କୈଳାସ ମାନସରୋବର ଯାତ୍ରା ପାଇଁ ଭାରତ-ଚୀନ ବୁଝାମଣା
ନୂଆଦିଲ୍ଲୀ : ତିବ୍ବତରେ ଥିବା କୈଳାସ ମାନସରୋବର ଯାତ୍ରା ପାଇଁ ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ବୁଝାମଣା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିକଟତମ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ୨୦୧୭ ଡୋକଲାମ୍ ଓ ୨୦୨୦ ପାଙ୍ଗ୍ଓଙ୍ଗ୍ ସୋ ଠାରେ ଦୁଇ ପକ୍ଷର ସେନା ମଧ୍ୟରେ ଘଟିଥିବା ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହେବା ପରେ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ କରିବାକୁ ଉଭୟ ପକ୍ଷ କଥାବାର୍ତ୍ତା […]
ନୂଆଦିଲ୍ଲୀ : ତିବ୍ବତରେ ଥିବା କୈଳାସ ମାନସରୋବର ଯାତ୍ରା ପାଇଁ ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ବୁଝାମଣା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିକଟତମ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ୨୦୧୭ ଡୋକଲାମ୍ ଓ ୨୦୨୦ ପାଙ୍ଗ୍ଓଙ୍ଗ୍ ସୋ ଠାରେ ଦୁଇ ପକ୍ଷର ସେନା ମଧ୍ୟରେ ଘଟିଥିବା ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହେବା ପରେ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ କରିବାକୁ ଉଭୟ ପକ୍ଷ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଏନେଇ ଆବଶ୍ୟକ ବୁଝାମଣା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାଯୋଗ୍ୟ, ୨୦୨୪ ଅକ୍ଟୋବରରେ ଡେମ୍ଚୋକ୍ ଓ ଦେପସାଙ୍ଗ୍ରୁ ଉଭୟ ପକ୍ଷର ସେନା ପ୍ରତ୍ୟାହାର ହୋଇଥିଲା। ଏହାର ଦୁଇଦିନ ପରେ ରୁଷିଆର କାଜାନ୍ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କୈଳାସ ମାନସରୋବର ଯାତ୍ରାର ପୁନଃ ଆରମ୍ଭ ଉପରେ ଆଲୋଚନା ହୋଇଥିଲା।




