କେ କବିତା ଆପ୍ ନେତାଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି : ଇଡି ଚାର୍ଜସିଟ୍

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ କବିତା ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ କିଛି ଫାଇଦା ପାଇବାପାଇଁ ‘ସାଉଥ୍ ଗ୍ରୁପ୍’ ଏବଂ ଆପ୍ ନେତାଙ୍କୁ ୧୦୦ କୋଟି ଟଙ୍କାର ଲାଞ୍ଚ ଦେଇଛନ୍ତି। ମାମଲାରେ ଦାଖଲ ହୋଇଥିବା ଇଡି ଚାର୍ଜସିଟ୍ରୁ ଏହା ଜଣାପଡ଼ିଛି। ଇଡି ଅନୁଯାୟୀ କବିତା ଏହି ମାମଲାରେ ତାଙ୍କ ସମ୍ପୃକ୍ତିକୁ ଲୁଚାଇବାପାଇଁ ତାଙ୍କ ମୋବାଇଲ ଫୋନ୍ରୁ ପ୍ରମାଣ ନଷ୍ଟ କରିଛନ୍ତି। ତେବେ ଜେରା […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ କବିତା ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ କିଛି ଫାଇଦା ପାଇବାପାଇଁ ‘ସାଉଥ୍ ଗ୍ରୁପ୍’ ଏବଂ ଆପ୍ ନେତାଙ୍କୁ ୧୦୦ କୋଟି ଟଙ୍କାର ଲାଞ୍ଚ ଦେଇଛନ୍ତି। ମାମଲାରେ ଦାଖଲ ହୋଇଥିବା ଇଡି ଚାର୍ଜସିଟ୍ରୁ ଏହା ଜଣାପଡ଼ିଛି। ଇଡି ଅନୁଯାୟୀ କବିତା ଏହି ମାମଲାରେ ତାଙ୍କ ସମ୍ପୃକ୍ତିକୁ ଲୁଚାଇବାପାଇଁ ତାଙ୍କ ମୋବାଇଲ ଫୋନ୍ରୁ ପ୍ରମାଣ ନଷ୍ଟ କରିଛନ୍ତି। ତେବେ ଜେରା ସମୟରେ କବିତା ଏହି ପ୍ରଶ୍ନର ଉତ୍ତର ଦେଇନଥିଲେ ବୋଲି ଇଡି ଦାବି କରିଛି। ଇଡି ମଧ୍ୟ ଏହାର ଚାର୍ଜସିଟ୍ରେ ଦାବି କରିଛି ଯେ ମାମଲାରେ ସାକ୍ଷୀଙ୍କକୁ ପ୍ରଭାବିତ କରିବାପାଇଁ କବିତା ସମ୍ପୃକ୍ତ। ଅନ୍ୟପକ୍ଷେ କେ କବିତାଙ୍କ ନ୍ୟାୟିକ ହାଜତ ମିଆଦ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାମଲାରେ ଅନ୍ୟ ୩ ଜଣ ଅଭିଯୁକ୍ତ ହେଉଛନ୍ତି ପ୍ରିନ୍ସ, ଅରବିନ୍ଦ ଏବଂ ଦାମୋଦର। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରାଉଜ୍ ଆଭେନ୍ୟୁ କୋର୍ଟ ଦ୍ବାରା ସେମାନଙ୍କୁ ଜାମିନ ମଂଜୁର କରାଯାଇଛି। ସ୍ବତନ୍ତ୍ର ବିଚାରପତି କାବେରୀ ବୱେଜା କବିତାଙ୍କ ହାଜତ ମିଆଦ ବୃଦ୍ଧି କରିଛନ୍ତି।

Tags: