କେସିଆର ପାର୍ଟି ବୈଠକରେ ଯୋଗ ଦେଇଥିବାରୁ ୧୦୬ ତେଲେଙ୍ଗାନା ଅଧିକାରୀ ନିଲମ୍ବିତ

ନୂଆଦିଲ୍ଳୀ : ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଭାରତ ରାଷ୍ଟ୍ର ସମିତି ଦଳର ଏକ ବୈଠକରେ ଯୋଗ ଦେଇଥିବାରୁ ନିର୍ବାଚନ କମିସନ ଆଜି ୧୦୬ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଭାରତ ରାଷ୍ଟୟ ସମିତିର ମେଦକ ପ୍ରାର୍ଥୀ ଏବଂ ପୂର୍ବତନ ଆଇଏଏସ ଅଫିସର ପି ଭେଙ୍କଟରାମ ରେଡ୍ଡିଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ବାଚନ କମିସନ ଅନୁଯାୟୀ ମେଦେକ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା ସିଦ୍ଦିପେଟ ବିଧାନସଭା ନିର୍ବାଚନମଣ୍ଡଳୀର ସହଯୋଗୀ ନିର୍ବାଚନ […]

Samaya Live Picture
Published On

ନୂଆଦିଲ୍ଳୀ : ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଭାରତ ରାଷ୍ଟ୍ର ସମିତି ଦଳର ଏକ ବୈଠକରେ ଯୋଗ ଦେଇଥିବାରୁ ନିର୍ବାଚନ କମିସନ ଆଜି ୧୦୬ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଭାରତ ରାଷ୍ଟୟ ସମିତିର ମେଦକ ପ୍ରାର୍ଥୀ ଏବଂ ପୂର୍ବତନ ଆଇଏଏସ ଅଫିସର ପି ଭେଙ୍କଟରାମ ରେଡ୍ଡିଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ବାଚନ କମିସନ ଅନୁଯାୟୀ ମେଦେକ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା ସିଦ୍ଦିପେଟ ବିଧାନସଭା ନିର୍ବାଚନମଣ୍ଡଳୀର ସହଯୋଗୀ ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ ଏହି ବୈଠକ ହୋଇଥିଲା। ୨୦୨୪ ଏପ୍ରିଲ ୭ରେ ଏହି ବୈଠକ ହୋଇଥିଲା। ଉକ୍ତ ବୈଠକ ସିସିଟିଭିରେ କଏଦ ହୋଇଥିଲା। ତେଣୁ ନିର୍ବା୍ଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ୧୦୬ ତେଲେଙ୍ଗାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଉକ୍ତ ଘଟଣାରେ ମଧ୍ୟ ରେଡ୍ଡି ଏବଂ ଭାରତ ରାଷ୍ଟ୍ର ସମିତିର ଅନ୍ୟ ନେତାଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ଆରମ୍ଭ ହେବ। ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇ ଜୁନ୍ ୧ ତାରିଖରେ ଶେଷ ହେବ ଏବଂ ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ଆସିବ।

Tags: