କେସିଆର ଏନ୍‌ଡିଏ ମେଣ୍ଟରେ ଯୋଗ ଦେବାକୁ ଚାହିଥିଲେ : ମୋଦୀ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ‌ କେ ଚନ୍ଦ୍ରଶେଖର ରାଓ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟରେ ଯୋଗ ଦେବାକୁ ଚାହିଥିଲେ। ୨୦୨୦ରେ ହାଇଦ୍ରାବାଦ ପୌର ନିଗମ ନିର୍ବାଚନ ପରେ କେସିଆର ଏନ୍‌ଡିଏ ମେଣ୍ଟରେ ଯୋଗ ଦେବାକୁ ଚାହିଥିଲେ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମୋଦୀ ଏନଡିଏ ମେଣ୍ଟରେ କେସିଆର ଏବଂ ତାଙ୍କ ଦଳର ଏଣ୍ଟ୍ରି ପାଇଁ ମନା କରିଦେଇଥିବା ଦାବି କରିଛନ୍ତି। ତେଲେଙ୍ଗାନାର ନିଜାମାବାଦରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ ଏଭଳି […]

Samaya Live Picture
Published On

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ‌ କେ ଚନ୍ଦ୍ରଶେଖର ରାଓ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟରେ ଯୋଗ ଦେବାକୁ ଚାହିଥିଲେ। ୨୦୨୦ରେ ହାଇଦ୍ରାବାଦ ପୌର ନିଗମ ନିର୍ବାଚନ ପରେ କେସିଆର ଏନ୍‌ଡିଏ ମେଣ୍ଟରେ ଯୋଗ ଦେବାକୁ ଚାହିଥିଲେ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମୋଦୀ ଏନଡିଏ ମେଣ୍ଟରେ କେସିଆର ଏବଂ ତାଙ୍କ ଦଳର ଏଣ୍ଟ୍ରି ପାଇଁ ମନା କରିଦେଇଥିବା ଦାବି କରିଛନ୍ତି। ତେଲେଙ୍ଗାନାର ନିଜାମାବାଦରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ ଏଭଳି ଟିପ୍ପଣୀ ଦେଇଛନ୍ତି। କିନ୍ତୁ କେସିଆର୍‌ଙ୍କ ଦଳ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି) ମୋଦୀଙ୍କ ଦାବିକୁ ଖଣ୍ଡନ କରିଛି। ବିଆର୍‌ଏସ୍‌ ନେତା ଖଲିକୁର ରେହମାନ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି। ବିଆରଏସ୍‌ ମୁଖପାତ୍ର ଏମ୍‌ କ୍ରିଶଙ୍କ କହିଛନ୍ତି, ପ୍ରଧାନମନ୍ତ୍ରୀ ରାଜନୈତିକ ଫାଇଦା ପାଇଁ ଯେକୌଣସି ସ୍ତରକୁ ବି ଯାଇପାରନ୍ତି। କେସିଆର ସରକାର ଉପରେ ବର୍ଷି ମୋଦୀ କହିଛନ୍ତି, କୃଷକଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ଏହା ଭାଙ୍ଗି ଦେଇଛି। ନିଜାମାବାଦରେ ହଳଦୀ ଚାଷୀଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରାଯିବ ଏବଂ ଏକ ଜାତୀୟ ହଳଦୀ ବୋର୍ଡ ଗଠନ କରାଯିବ ବୋଲି ମୋଦୀ କହିଛନ୍ତି।

Tags: