କେରଳ ହେବ ‘କେରଳମ୍‌’

ତିରୁଅନନ୍ତପୁରମ୍‌: କେରଳର ଲୋକମାନେ କାଗଜପତ୍ରରେ ରାଜ୍ୟର ନାମକୁ ‘କେରଳମ୍‌’ ଲେଖୁଥିଲେ ସୁଦ୍ଧା ଭାରତୀୟ ସମ୍ବିଧାନର ପ୍ରଥମ ଅନୁସୂଚୀରେ ରାଜ୍ୟଗୁଡ଼ିକର ବିସ୍ତୃତ ନାମତାଲିକାରେ ‘କେରଳ’ ହୋଇ ରହିଯାଇଛି। ତେଣୁ ବୁଧବାର କେରଳ ବିଧାନସଭା ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହିତ କରି ରାଜ୍ୟର ନାମକୁ ସର୍ବତ୍ର ‘କେରଳମ୍‌’ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ନିଜେ ଏହି ପ୍ରସ୍ତାବ ଉଠାଇଥିବା ବେଳେ ବିରୋଧୀ ଦଳ କିଛି ବିରୋଧ ନକରି ସିଧା ସମର୍ଥନ ଦେଇଥିଲା। […]

Samaya Live Picture
Published On

ତିରୁଅନନ୍ତପୁରମ୍‌: କେରଳର ଲୋକମାନେ କାଗଜପତ୍ରରେ ରାଜ୍ୟର ନାମକୁ ‘କେରଳମ୍‌’ ଲେଖୁଥିଲେ ସୁଦ୍ଧା ଭାରତୀୟ ସମ୍ବିଧାନର ପ୍ରଥମ ଅନୁସୂଚୀରେ ରାଜ୍ୟଗୁଡ଼ିକର ବିସ୍ତୃତ ନାମତାଲିକାରେ ‘କେରଳ’ ହୋଇ ରହିଯାଇଛି। ତେଣୁ ବୁଧବାର କେରଳ ବିଧାନସଭା ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହିତ କରି ରାଜ୍ୟର ନାମକୁ ସର୍ବତ୍ର ‘କେରଳମ୍‌’ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ନିଜେ ଏହି ପ୍ରସ୍ତାବ ଉଠାଇଥିବା ବେଳେ ବିରୋଧୀ ଦଳ କିଛି ବିରୋଧ ନକରି ସିଧା ସମର୍ଥନ ଦେଇଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମୋଦନ ପାଇଲେ ସମ୍ବିଧାନରେ ଓ ସମସ୍ତ ସରକାରୀ ଦସ୍ତାବିଜ୍‌ରେ ‘କେରଳମ୍‌’ ହେବ। ତେବେ ବିଧି ଅନୁଯାୟୀ ରେଳ ମନ୍ତ୍ରାଳୟ, ଗୁଇନ୍ଦା ବ୍ୟୁରୋ, ଡାକ ବିଭାଗ, ଭାରତୀୟ ସର୍ବେକ୍ଷଣ ସଂସ୍ଥାନ ଓ ଭାରତର ମହାନିବନ୍ଧକଙ୍କ ଅନାପତ୍ତି ଠୁଳ କରିବାକୁ ହେବ ଏବଂ ପରେ ତାହା ସଂସଦରେ ଏକ ସମ୍ବିଧାନ ସଂଶୋଧନ ବିଧେୟକ ରୂପେ ଆଗତ ହୋଇ ସ୍ୱୀକୃତି ପାଇଲେ ରାଜ୍ୟର ନାମ ବଦଳି ପାରିବ।

Tags: