କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଜେଡ୍ ପ୍ଲସ ସୁରକ୍ଷା
ଥିରୁଅନନ୍ତପୁରମ୍: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିଛି। କେରଳର ବାମପନ୍ଥୀ ଦଳ ସମର୍ଥିତ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) ରାଜ୍ୟପାଳ ଆରିଫ ମହମ୍ମଦ ଖାଁକୁ ଆଜି ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି। ଏନେଇ ରାଜ୍ୟପାଳଙ୍କ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟପାଳ ଆଜି କୋତ୍ତାରଆକ୍କାରା ଜିଲ୍ଲାକୁ ଏକ ସଭାରେ ଯୋଗ ଦେବାକୁ […]
ଥିରୁଅନନ୍ତପୁରମ୍: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିଛି। କେରଳର ବାମପନ୍ଥୀ ଦଳ ସମର୍ଥିତ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) ରାଜ୍ୟପାଳ ଆରିଫ ମହମ୍ମଦ ଖାଁକୁ ଆଜି ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି। ଏନେଇ ରାଜ୍ୟପାଳଙ୍କ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟପାଳ ଆଜି କୋତ୍ତାରଆକ୍କାରା ଜିଲ୍ଲାକୁ ଏକ ସଭାରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ କୋଲାମ ଜିଲ୍ଲାର ନିଲାମେଲ୍ର ଏକ ଜନବହୁଳ ରାସ୍ତାରେ ଏସ୍ଏଫ୍ଆଇ ସଦସ୍ୟମାନେ ରାଜ୍ୟପାଳଙ୍କ କାର ସମ୍ମୁଖକୁ ଆସି କଳାପତାକା ଦେଖାଇ ବିରୋଧ ପ୍ରଦଶର୍ନ କରିଥିଲେ। ଏହି ଘଟଣାରେ ରାଜ୍ୟପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଗାଡ଼ି ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରି ରାସ୍ତାକଡ଼ରେ ପ୍ରାୟ ୨ଘଣ୍ଟା ଧାରଣାରେ ବସିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ପୁଲିସ ଅଧିକାରୀକୁ ତାଗିଦ୍ କରିବା ଦେଖାଯାଇଥିଲା।




