କେରଳ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
ଥିରୁଅନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ହତ୍ୟା ଧମକ ମିଳିଛି। ଥିରୁଅନନ୍ତପୁରମର ରାଜ୍ୟ ପୁଲିସ ମୁଖ୍ୟାଳୟର କଣ୍ଟ୍ରୋଲ୍ ରୁମ୍କୁ ଫୋନ କଲ୍ ଦ୍ବାରା ତାଙ୍କୁ ହତ୍ୟା ଧମକ ମିଳିଛି। ଉକ୍ତ ଘଟଣାରେ କେରଳ ପୁଲିସ ଆଇନର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। କେଉଁଠାରୁ ଏହି ଫୋନ୍ କଲ୍ ଆସିଛି ତାହା ଜଣାପଡ଼ିନି। ପୁଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଜଣେ ନାବାଳକ ଏହି ଫୋନ୍ କଲ୍ କରିଥାଇପାରେ ବୋଲି ସନ୍ଦେହ ପ୍ରକାଶ […]
ଥିରୁଅନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ହତ୍ୟା ଧମକ ମିଳିଛି। ଥିରୁଅନନ୍ତପୁରମର ରାଜ୍ୟ ପୁଲିସ ମୁଖ୍ୟାଳୟର କଣ୍ଟ୍ରୋଲ୍ ରୁମ୍କୁ ଫୋନ କଲ୍ ଦ୍ବାରା ତାଙ୍କୁ ହତ୍ୟା ଧମକ ମିଳିଛି। ଉକ୍ତ ଘଟଣାରେ କେରଳ ପୁଲିସ ଆଇନର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। କେଉଁଠାରୁ ଏହି ଫୋନ୍ କଲ୍ ଆସିଛି ତାହା ଜଣାପଡ଼ିନି। ପୁଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଜଣେ ନାବାଳକ ଏହି ଫୋନ୍ କଲ୍ କରିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ଉକ୍ତ ଘଟଣା ପରେ କେରଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।




