କେରଳ ବିଧାୟକଙ୍କ ରାହୁଲ ଗାନ୍ଧିଙ୍କ ‘ଡିଏନଏ ପରୀକ୍ଷା’ ଦାବିକୁ ନେଇ ବିବାଦ
ନୂଆଦିଲ୍ଲୀ : କେରଳରେ ଶାସକ ଏଲଡିଏଫ୍ (ଲେଫ୍ଟ ଡିମୋକ୍ରାଟିକ୍ ଫ୍ରଣ୍ଟ୍) ଦ୍ବାରା ସମର୍ଥିତ ସ୍ବାଧୀନ ବିଧାୟକ ପିଭି ଅନୱର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିଚ୍ଚ ଶ୍ରେଣୀର ନାଗରିକ ଏବଂ ସେ ଡିଏନଏ ପରୀକ୍ଷା କରାଇବା ଉଚିତ ବୋଲି କହି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ପଲକ୍କଡ଼ରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ନିଳମ୍ବୁର ବିଧାୟକ କହିଛନ୍ତି, ମୁଁ ହେଉଛି ୱାୟନାଡ଼ର ଏକ ଅଂଶ ଯାହା ଏବେ ରାହୁଲ ଗାନ୍ଧିଙ୍କ ନିର୍ବାଚନମଣ୍ଡଳୀ। ମୁଁ ତାଙ୍କୁ ଗାନ୍ଧି […]
ନୂଆଦିଲ୍ଲୀ : କେରଳରେ ଶାସକ ଏଲଡିଏଫ୍ (ଲେଫ୍ଟ ଡିମୋକ୍ରାଟିକ୍ ଫ୍ରଣ୍ଟ୍) ଦ୍ବାରା ସମର୍ଥିତ ସ୍ବାଧୀନ ବିଧାୟକ ପିଭି ଅନୱର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିଚ୍ଚ ଶ୍ରେଣୀର ନାଗରିକ ଏବଂ ସେ ଡିଏନଏ ପରୀକ୍ଷା କରାଇବା ଉଚିତ ବୋଲି କହି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ପଲକ୍କଡ଼ରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ନିଳମ୍ବୁର ବିଧାୟକ କହିଛନ୍ତି, ମୁଁ ହେଉଛି ୱାୟନାଡ଼ର ଏକ ଅଂଶ ଯାହା ଏବେ ରାହୁଲ ଗାନ୍ଧିଙ୍କ ନିର୍ବାଚନମଣ୍ଡଳୀ। ମୁଁ ତାଙ୍କୁ ଗାନ୍ଧି ସାଙ୍ଗିଆରେ ଡାକିପାରିବିନି। ସେ ଏତେ ତଳ ଶ୍ରେଣୀକୁ ଚାଲିଯାଇଛନ୍ତି ଯେ ତାଙ୍କ ସାଙ୍ଗିଆରେ ତାଙ୍କୁ ଡାକିହେବନି । ତେବେ ମୁଁ ଏକଥା କହୁନାହିଁ। ଦେଶର ଲୋକମାନେ ଗତ ୨ ବର୍ଷ ଧରି ଏଭଳି କହି ଆସୁଛନ୍ତି। ତେବେ ମୁଁ କହୁଛି ରାହୁଲ ଗାନ୍ଧିଙ୍କର ଡିଏନଏ ପରୀକ୍ଷା କରାଯିବା ଉଚିତ। ଅନୱରଙ୍କ ଟିପ୍ପଣୀ ବିରୋଧରେ କଡ଼ା ପ୍ରତିକ୍ରିୟା ରଖିଛି କଂଗ୍ରେସ। ରାଜ୍ୟ କଂଗ୍ରେସର କାର୍ଯ୍ୟକାରର ସଭାପତି ଏମଏମ ହାସନ କହିଛନ୍ତି, ଦଳ ନିର୍ବାଚନ କମିସନଙ୍କ ନିକଟରେ ଅନୱରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି। ହାସନ କହିଛନ୍ତି, ରାହୁଲ ଗାନ୍ଧିଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଇଥିବା ଅନୱରଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ହାସନ କହିଛନ୍ତି, ପିଭି ଅନୱନ ହେଉଛନ୍ତି ଗଡ଼ସେଙ୍କର ନୂଆ ଅବତାର। ଅନୱରଙ୍କ ଶବ୍ଦ ଗଡ଼ସେଙ୍କ ବୁଲେଟଠାରୁ ଅଧିକ ଭୟଙ୍କର ବୋଲି ସେ କହିଛନ୍ତି।




