କେରଳ ପ୍ରସଙ୍ଗରେ ରାହୁଲ କହିଲେ ଆମେ ଏକଜୁଟ୍‌ ଅଛୁ

ନୂଆଦିଲ୍ଲୀ : କେରଳ କଂଗ୍ରେସରେ ଏବେ ସବୁକିଛି ଠିକ୍‌ ନାହିଁ। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ନେଇ ଏବେ ଦଳ ମଧ୍ୟରେ ଅନ୍ତଃକନ୍ଦଳ ଚାଲିଥିବା ଜଣାପଡ଼ିଛି। ଗତ କିଛି ଦିନ ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ ଅନ୍ତର୍ଦ୍ବନ୍ଦ୍ବ ଲାଗିରହିଛି। ନିକଟରେ ରାଜ୍ୟର ସିପିଏମ୍‌ ସରକାରକୁ କେରଳର କଂଗ୍ରେସ ସାଂସଦ ଶଶୀ ଥରୁର୍‌ଙ୍କ ପ୍ରଶଂସାକୁ ନେଇ ଦଳ ମଧ୍ୟରେ ମତଭେଦ ପୁଣି ବଢ଼ିଯାଇଛି। ଏପରିକି ସାଂସଦ ଥରୁର୍‌ ଦଳ ଛାଡ଼ିବା ନେଇ ଆଲୋଚନା ମଧ୍ୟ ଜୋର୍‌ ଧରିଛି। […]

Samaya Live Picture
Published On

ନୂଆଦିଲ୍ଲୀ : କେରଳ କଂଗ୍ରେସରେ ଏବେ ସବୁକିଛି ଠିକ୍‌ ନାହିଁ। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ନେଇ ଏବେ ଦଳ ମଧ୍ୟରେ ଅନ୍ତଃକନ୍ଦଳ ଚାଲିଥିବା ଜଣାପଡ଼ିଛି। ଗତ କିଛି ଦିନ ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ ଅନ୍ତର୍ଦ୍ବନ୍ଦ୍ବ ଲାଗିରହିଛି। ନିକଟରେ ରାଜ୍ୟର ସିପିଏମ୍‌ ସରକାରକୁ କେରଳର କଂଗ୍ରେସ ସାଂସଦ ଶଶୀ ଥରୁର୍‌ଙ୍କ ପ୍ରଶଂସାକୁ ନେଇ ଦଳ ମଧ୍ୟରେ ମତଭେଦ ପୁଣି ବଢ଼ିଯାଇଛି। ଏପରିକି ସାଂସଦ ଥରୁର୍‌ ଦଳ ଛାଡ଼ିବା ନେଇ ଆଲୋଚନା ମଧ୍ୟ ଜୋର୍‌ ଧରିଛି। ଏହି ସମୟରେ ଦଳର ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, କେରଳରେ ତାଙ୍କ ଦଳ ଏକଜୁଟ ରହିଛି। ଆଜି ଇନ୍‌ଷ୍ଟାଗ୍ରାମ୍‌ରେ ଏହି ପ୍ରସଙ୍ଗରେ ଏକ ଫଟୋ ପୋଷ୍ଟ କରି ରାହୁଲ କହିଛନ୍ତି  , ସେମାନେ ଏକ ହୋଇ ଠିଆ ହୋଇଛନ୍ତି। ସମ୍ମୁଖରେ ଥିବା ଲକ୍ଷ୍ୟର ଆଲୋକରେ ସେମାନେ ଏକଜୁଟ ଅଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ କେରଳର ଷ୍ଟାର୍ଟଅପ୍‌ ବିକାଶକୁ ନେଇ ସିପିଏମ୍‌ ସରକାରକୁ ଥରୁର୍‌ ପ୍ରଶଂସା କରିଥିଲେ। ଏନେଇ ଦଳ ମଧ୍ୟରୁ ବିରୋଧ ହେବା ପରେ ସେ ସ୍ପଷ୍ଟୀକରଣ ଦେଇ କହିଥିଲେ, ଏହା କେରଳ ରାଜ୍ୟର ପ୍ରସଙ୍ଗ, କୌଣସି ରାଜନୈତିକ ଦଳ କିମ୍ବା ସରକାରର କଥା ନୁହେଁ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏଭଳି ବିକାଶକୁ ନେଇ ସମସ୍ତ କେରଳବାସୀ ଗର୍ବ କରିବା କଥା। ଏହାକୁ କୌଣସି ରାଜନୈତିକ ରଙ୍ଗ ନଦେବା ଉଚିତ ବୋଲି ସେ କହିଥିଲେ।

Tags: