କେରଳ ପରେ ପଞ୍ଜାବ ପାସ୍ କଲା ସିଏଏ ବିରୋଧୀ ସଂକଳ୍ପ
ଚଣ୍ଡିଗଡ଼: କେରଳ ପରେ ଦ୍ଵିତୀୟ ରାଜ୍ୟ ଭାବେ ପଞ୍ଜାବ ସିଏଏକୁ ବିରୋଧ କରି ଏହି ଆଇନକୁ ଉଚ୍ଛେଦ କରିବା ପାଇଁ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଛି । ଏହାପୂର୍ବରୁ କେରଳ ସିଏଏକୁ ଉଚ୍ଛେଦ କରିବା ପାଇଁ ସଂକଳ୍ପ ପାରିତ କରିଥିଲା। ଦୁଇ ଦିନ ପାଇଁ ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ଆଜି ଦ୍ୱିତୀୟ ଦିନରେ ମନ୍ତ୍ରୀ ବ୍ରାହମ ମହିନ୍ଦ୍ରା ସିଏଏକୁ ଉଚ୍ଛେଦ କରିବା ପାଇଁ ଏକ ସଂକଳ୍ପ ଆଗତ କରିଥିଲେ। ସଂକଳ୍ପ ଉପସ୍ଥାପନ […]
ଚଣ୍ଡିଗଡ଼: କେରଳ ପରେ ଦ୍ଵିତୀୟ ରାଜ୍ୟ ଭାବେ ପଞ୍ଜାବ ସିଏଏକୁ ବିରୋଧ କରି ଏହି ଆଇନକୁ ଉଚ୍ଛେଦ କରିବା ପାଇଁ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଛି । ଏହାପୂର୍ବରୁ କେରଳ ସିଏଏକୁ ଉଚ୍ଛେଦ କରିବା ପାଇଁ ସଂକଳ୍ପ ପାରିତ କରିଥିଲା।
ଦୁଇ ଦିନ ପାଇଁ ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ଆଜି ଦ୍ୱିତୀୟ ଦିନରେ ମନ୍ତ୍ରୀ ବ୍ରାହମ ମହିନ୍ଦ୍ରା ସିଏଏକୁ ଉଚ୍ଛେଦ କରିବା ପାଇଁ ଏକ ସଂକଳ୍ପ ଆଗତ କରିଥିଲେ।
ସଂକଳ୍ପ ଉପସ୍ଥାପନ କରି ମହିନ୍ଦ୍ରା କହିଛନ୍ତି ଯେ “ସଂସଦରେ ସିଏଏ ପାସ ହେବା ପରେ ଏହାକୁ ନେଇ ସମଗ୍ର ଦେଶରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଛି। ଏହାଦ୍ୱାରା ସାମାଜିକ ଅସ୍ଥିରତା ସୃଷ୍ଟି ହୋଇଛି। ଏହି ଆଇନ ବିରୋଧରେ ପଞ୍ଜାବରେ ମଧ୍ୟ ଆନ୍ଦୋଳନ ହୋଇଛି। ତେବେ ଏହା ଶାନ୍ତିପୂର୍ଣ୍ଣ ଥିଲା ଓ ଏଥିରେ ସବୁ ବର୍ଗର ଲୋକ ସାମିଲ ହୋଇଥିଲେ।”
ସଂକଳ୍ପରେ କୁହାଯାଇଛି ଯେ ସିଏଏକୁ ସମ୍ବିଧାନର ମୂଳତତ୍ତ୍ୱକୁ ଭୁଲି ପ୍ରସ୍ତୁତ କରାଯାଇଛି। ଏହା ଭାରତୀୟ ସମ୍ବିଧାନ ପ୍ରତି ଅପମାନ। ପଞ୍ଜାବ ବିଧାନସଭାରେ କଂଗ୍ରେସର ସଂଖ୍ୟା ଗରିଷ୍ଠତା ଥିବାରୁ ଏହା ବେଶ ସହଜରେ ପାରିତ ହୋଇଛି।




