କେରଳ ଧାର୍ମିକ ସଭାରେ ସିରିଜ୍ ବିସ୍ଫୋରଣ, ଜଣେ ମୃତ, ୪୦ରୁ ଅଧିକ ଆହତ

ଥିରୁଅନନ୍ତପୁରମ : କେରଳର କଲମସେରିରେ ଆଜି ଏକ ଧାର୍ମିକ ସଭାରେ ସିରିଜ୍ ବିସ୍ଫୋରଣ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ୧୦ ଜଣଙ୍କ ଶରୀର ୫୦ ପ୍ରତିଶତରୁ ଅଧିକ ଜଳି ଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉକ୍ତ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ବିସ୍ଫୋରଣରେ ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ […]

Samaya Live Picture
Published On

ଥିରୁଅନନ୍ତପୁରମ : କେରଳର କଲମସେରିରେ ଆଜି ଏକ ଧାର୍ମିକ ସଭାରେ ସିରିଜ୍ ବିସ୍ଫୋରଣ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ୧୦ ଜଣଙ୍କ ଶରୀର ୫୦ ପ୍ରତିଶତରୁ ଅଧିକ ଜଳି ଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉକ୍ତ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ବିସ୍ଫୋରଣରେ ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟନ ଆସନ୍ତାକାଲି ସକାଳ ୧୦ଟାରେ ସଚିବାଳୟରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ବିସ୍ଫୋରଣକୁ ନେଇ ସେ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ। ଖ୍ରିଷ୍ଟିଆନ ଗ୍ରୁପ୍ କନଭେନସନ୍ ସେଣ୍ଟରରେ ଏହି ବିସ୍ଫୋରଣ ହୋଇଛି। ଇତି ମଧ୍ୟରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଏନ୍ଆଇଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଜଣେ ଅଫିସରଙ୍କ ସମେତ ଏକ ୮ ଜଣିଆ ସଦସ୍ୟ ବିଶିଷ୍ଟ ଏନ୍ଏସଜି (ନେସନାଲ୍ ସିକ୍ୟୁରିଟି ଗାର୍ଡ) ଟିମ୍ ମଧ୍ୟ ଘଟଣାର ତଦନ୍ତ ପାଇଁ କେରଳରେ ପହଞ୍ଚି ସାରିଛନ୍ତି। ବିସ୍ଫୋରଣ ସମୟରେ ଧାର୍ମିକ ସଭାସ୍ଥଳରେ ପାଖାପାଖି ୨ ହଜାର ଲୋକ ଉପସ୍ଥିତ ଥିଲେ। କେରଳର ଥ୍ରିସୁର ଜିଲ୍ଲାର ଜଣେ ବ୍ୟକ୍ତି ଏହି ସିରିଜ୍ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଏବଂ ପୁଲିସ ପାଖରେ ଆତ୍ମସମର୍ପଣ କରିଛି। ଡୋମିନିକ ମାର୍ଟିନ ନାମକ ଜଣେ ବ୍ୟକ୍ତି ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି।

Tags: