କେରଳ ଟ୍ରେନ୍ ଆକ୍ରମଣ କରିଥିବା ବ୍ୟକ୍ତି ନଏଡ଼ାର

ନୂଆଦିଲ୍ଲୀ : କୋଝିକୋଡ଼ ଏଲାଥୁର ନିକଟରେ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ହୋଇଥିବା ବର୍ବର ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିକୁ ପୁଲିସ ଚିହ୍ନଟ କରିଛି। ଉକ୍ତ ବ୍ୟକ୍ତି ଉତ୍ତରପ୍ରଦେଶ ନଏଡ଼ାର ବୋଲି ପୁଲିସ ସନ୍ଦେହ କରୁଛି। ତା’ ନାଁ ଶାହରୁଖ ସୈଫି। କିନ୍ତୁ ପୁଲିସ ଏଯାବତ ସନ୍ଦିଗ୍ଧର ପରିଚୟ ସ୍ପଷ୍ଟ କରିନି। ପୁଲିସ ବିଶ୍ବାସ କରୁଛି ଯେ ଏହି ଅପରାଧ ପୂର୍ବ ଯୋଜନାବଦ୍ଧ। ଉକ୍ତ ଘଟଣାର ତଦନ୍ତ ପାଇଁ ମଲପ୍ପୁରମ କ୍ରାଇମ ବ୍ରାଞ୍ଚ୍ ଏସ୍ପି ପି ବିକ୍ରମନଙ୍କ ନେତୃତ୍ବରେ ଏକ […]

Samaya Live Picture
Published On

ନୂଆଦିଲ୍ଲୀ : କୋଝିକୋଡ଼ ଏଲାଥୁର ନିକଟରେ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ହୋଇଥିବା ବର୍ବର ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିକୁ ପୁଲିସ ଚିହ୍ନଟ କରିଛି। ଉକ୍ତ ବ୍ୟକ୍ତି ଉତ୍ତରପ୍ରଦେଶ ନଏଡ଼ାର ବୋଲି ପୁଲିସ ସନ୍ଦେହ କରୁଛି। ତା’ ନାଁ ଶାହରୁଖ ସୈଫି। କିନ୍ତୁ ପୁଲିସ ଏଯାବତ ସନ୍ଦିଗ୍ଧର ପରିଚୟ ସ୍ପଷ୍ଟ କରିନି। ପୁଲିସ ବିଶ୍ବାସ କରୁଛି ଯେ ଏହି ଅପରାଧ ପୂର୍ବ ଯୋଜନାବଦ୍ଧ। ଉକ୍ତ ଘଟଣାର ତଦନ୍ତ ପାଇଁ ମଲପ୍ପୁରମ କ୍ରାଇମ ବ୍ରାଞ୍ଚ୍ ଏସ୍ପି ପି ବିକ୍ରମନଙ୍କ ନେତୃତ୍ବରେ ଏକ ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ ହୋଇଛି। ପୁଲିସ ସନ୍ଦିଗ୍ଧର ଏକ ସ୍କେଚ୍ ଜାରି କରିଛି। ଏନଆଇଏ ମଧ୍ୟ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ରବିବାର ରାତିରେ ଏହି ଘଟଣା ଘଟିଥିଲା। ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ଜଣେ ବ୍ୟକ୍ତି ହଠାତ କିଛି ବ୍ୟକ୍ତିଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।

Tags: