କେରଳ ୟୁନିଟ୍‌ ଚାପରେ ଇସ୍ରାଏଲ ପ୍ରସଙ୍ଗରେ ମତ ପରିବର୍ତ୍ତନ କଲା କଂଗ୍ରେସ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ କଂଗ୍ରେସ ଦଳ ଇସ୍ରାଏଲକୁ ସମର୍ଥନ ନେଇ ତା’ର ପୂର୍ବ ମତକୁ ଅଚାନକ ବଦଳାଇଛି। ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣକୁ ନିନ୍ଦା କରିଥିବା କଂଗ୍ରେସ ଗତକାଲି ପାଲେଷ୍ଟାଇନକୁ ସମର୍ଥନ କରି ବୟାନ ରଖିଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟକୁ ନେଇ ଦଳ ତା’ର ପୂରୁଣା ନୀତିରେ କାଏମ ରହିବ। ପାଲେଷ୍ଟାଇନର ଜନତା […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ କଂଗ୍ରେସ ଦଳ ଇସ୍ରାଏଲକୁ ସମର୍ଥନ ନେଇ ତା’ର ପୂର୍ବ ମତକୁ ଅଚାନକ ବଦଳାଇଛି। ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣକୁ ନିନ୍ଦା କରିଥିବା କଂଗ୍ରେସ ଗତକାଲି ପାଲେଷ୍ଟାଇନକୁ ସମର୍ଥନ କରି ବୟାନ ରଖିଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟକୁ ନେଇ ଦଳ ତା’ର ପୂରୁଣା ନୀତିରେ କାଏମ ରହିବ। ପାଲେଷ୍ଟାଇନର ଜନତା ଏବଂ ସେମାନଙ୍କ ଭୂଖଣ୍ଡ ଉପରେ ଅଧିକାରକୁ କଂଗ୍ରେସ ସମର୍ଥନ କରୁଛି। ସେମାନେ ଅଧିକାର ଓ ସମ୍ମାନର ସହ ବଞ୍ଚିବାକୁ ହକଦାର ବୋଲି କଂଗ୍ରେସ କହିଛି। ତେବେ କଂଗ୍ରେସ ଇସ୍ରାଏଲକୁ ନେଇ ହଠାତ୍ ନିଜ ଆଭିମୁଖ୍ୟ ବଦଳାଇବା ପଛରେ ଦଳର କେରଳ ୟୁନିଟ୍‌ର ଚାପ ରହିଛି ବୋଲି କୁହାଯାଉଛି । ଇସ୍ରାଏଲକୁ ସମର୍ଥନ କଲେ ଦଳ ମୁସ୍‌ଲିମ୍‌ ଭୋଟ୍‌ ହରାଇବ ଏବଂ ଏହା କେରଳରେ ଦଳକୁ ମହଙ୍ଗା ପଡ଼ିବ ବୋଲି କେତେକ ନେତା ଚେତାଇ ଦେଇଥିଲେ। ଏହାପରେ ଦଳ ନିଜ ମତ ବଦଳାଇ ପାଲେଷ୍ଟାଇନ ନାଗରିକଙ୍କ ଅଧିକାରକୁ ସମର୍ଥନ କରୁଥିବା ବୟାନ ଜାରି କରିଛି। ତେବେ ଦଳର ଏହି ଆଭିମୁଖ୍ୟକୁ ଅନେକ ନେତା ବିରୋଧ କରିଥିବା ଜଣାପଡ଼ିଛି । ବିଜେପି ଏହି ପ୍ରସଙ୍ଗକୁ କଂଗ୍ରେସକୁ ଘେରିବାକୁ ଯୋଜନା କରୁଥିବାରୁ ଦଳ ଉଚିତ ପଦକ୍ଷେପ ନେବାକୁ ହେବ ବୋଲି କେତେକ ବରିଷ୍ଠ ନେତା ଚେତାଇ ଦେଇଛନ୍ତି।

Tags: