କେରଳରେ ୨ ଜଣଙ୍କ ନିପା ଭାଇରସ୍ରେ ମୃତ୍ୟୁ, ୭ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା
ନୂଆଦିଲ୍ଲୀଁ: କେରଳର କୋଝିକୋଡ଼ ଜିଲ୍ଲାରେ ନିପା ଭାଇରସ୍ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହା ସ୍ପଷ୍ଟ କରିଛନ୍ତି। ଏକ ଘରୋଇ ହସ୍ପିଟାଲ୍ରେ ୨ ଅସ୍ବାଭାବିକ ମୃତ୍ୟୁ ହେବାପରେ ଜିଲ୍ଲାୱାରି ସ୍ବାସ୍ଥ୍ୟ ସତର୍କତା ଜାରି ହୋଇଛି। ଯେଉଁ ଅଞ୍ଚଳରେ ନିପା ଭାଇରସ୍ରେ ୨ ଜଣଙ୍କର ମୃତ୍ୟୁ ହୋଇଛି ସେଠାରେ ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଇତିମଧ୍ୟରେ ସ୍ଥିତି ସମୀକ୍ଷା ପାଇଁ ଏବଂ ନିପା ଭାଇରସ୍ ମୁକାବିଲା ଦିଗରେ […]
ନୂଆଦିଲ୍ଲୀଁ: କେରଳର କୋଝିକୋଡ଼ ଜିଲ୍ଲାରେ ନିପା ଭାଇରସ୍ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହା ସ୍ପଷ୍ଟ କରିଛନ୍ତି। ଏକ ଘରୋଇ ହସ୍ପିଟାଲ୍ରେ ୨ ଅସ୍ବାଭାବିକ ମୃତ୍ୟୁ ହେବାପରେ ଜିଲ୍ଲାୱାରି ସ୍ବାସ୍ଥ୍ୟ ସତର୍କତା ଜାରି ହୋଇଛି। ଯେଉଁ ଅଞ୍ଚଳରେ ନିପା ଭାଇରସ୍ରେ ୨ ଜଣଙ୍କର ମୃତ୍ୟୁ ହୋଇଛି ସେଠାରେ ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଇତିମଧ୍ୟରେ ସ୍ଥିତି ସମୀକ୍ଷା ପାଇଁ ଏବଂ ନିପା ଭାଇରସ୍ ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବାପାଇଁ ଏକ କେନ୍ଦ୍ରୀୟ ଟିମ୍ କେରଳ ପହଞ୍ଚି ସାରିଛନ୍ତି। ଅଗଷ୍ଟ ୩୦ ତାରିଖରେ କେରଳରେ ନିପା ଭାଇରସ୍ ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଥିଲା ଏବଂ ଗତ ସୋମବାର ଦିନ ଦ୍ବିତୀୟ ମୃତ୍ୟୁ ହୋଇଥିଲା। ନିପା ମୁକାବିଲା ପାଇଁ କୋଝିକୋଡ଼ରେ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି ଏବଂ ଲୋକମାନଙ୍କୁ ସତର୍କମୂଳକ ପଦକ୍ଷେପ ଗ୍ରହଣପୂର୍ବକ ମାସ୍କ ବ୍ୟବହାର କରିବାପାଇଁ କୁହାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳମାନଙ୍କରେ ସ୍କୁଲ୍ ଏବଂ ଅଫିସ ବନ୍ଦ ରହିଛି। କୋଝିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷର ଶିଶୁ ସମେତ ମୋଟ୍ ୪ ଜଣ ନିପାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ଜିଲ୍ଲାରେ କିଛି ସ୍କୁଲ୍ ବନ୍ଦ କରାଯାଇଛି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍ କହିଛନ୍ତି ନିପା ଭାଇରସ୍ କମ୍ ସଂକ୍ରାମକ ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ଘାତକ।




