କେରଳରେ ସିରିଜ୍ ବିସ୍ଫୋରଣ ପରେ ଦିଲ୍ଲୀ, ମୁମ୍ବାଇରେ ହାଇ ଆଲର୍ଟ

ନୂଆଦିଲ୍ଲୀ : କେରଳରେ ଆଜି ଏକ ଧାର୍ମିକ ସଭାସ୍ଥଳରେ ସିରିଜ୍ ବିସ୍ଫୋରଣ ଘଟଣା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି। କେରଳର କଳାମସେରିରେ ଆଜି ଏହି ବିସ୍ଫୋରଣ ହୋଇଛି। ତେବେ ଉକ୍ତ ବିସ୍ଫୋରଣ ଘଟଣା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି ହୋଇଛି। ଇସ୍ରାଏଲ-ହମାସ ଯୁଦ୍ଧ ପାଇଁ ମୁମ୍ବାଇର ଇହୁଦି କେନ୍ଦ୍ରର ଚବାଡ଼ ହାଉସ୍ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ଗୁଇନ୍ଦା ସଂସ୍ଥା ସହ ଲଗାତାର ଯୋଗାଯୋଗରେ ରହିଛନ୍ତି। ଭିଡ଼ […]

Samaya Live Picture
Published On

ନୂଆଦିଲ୍ଲୀ : କେରଳରେ ଆଜି ଏକ ଧାର୍ମିକ ସଭାସ୍ଥଳରେ ସିରିଜ୍ ବିସ୍ଫୋରଣ ଘଟଣା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି। କେରଳର କଳାମସେରିରେ ଆଜି ଏହି ବିସ୍ଫୋରଣ ହୋଇଛି। ତେବେ ଉକ୍ତ ବିସ୍ଫୋରଣ ଘଟଣା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି ହୋଇଛି। ଇସ୍ରାଏଲ-ହମାସ ଯୁଦ୍ଧ ପାଇଁ ମୁମ୍ବାଇର ଇହୁଦି କେନ୍ଦ୍ରର ଚବାଡ଼ ହାଉସ୍ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ଗୁଇନ୍ଦା ସଂସ୍ଥା ସହ ଲଗାତାର ଯୋଗାଯୋଗରେ ରହିଛନ୍ତି। ଭିଡ଼ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା ବୃଦ୍ଧି କରାଯାଇଛି।

Tags: