କେରଳରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରକୁ ପଥର ମାଡ଼
ଥିରୁଅନନ୍ତପୁରମ : କେରଳରେ ନିକଟରେ ନୂଆକରି ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରେ ପଥର ମାଡ଼ ହୋଇଛି। ତିରୁନଭୟାରୁ ତିରୁର ମଧ୍ୟରେ ଟ୍ରେନ୍ଟି ଯାତ୍ରା କରୁଥିବାବେଳେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିଲା। ଉକ୍ତ ଘଟଣାରେ କେହି ଆହତ ହୋଇନାହାନ୍ତି। କିନ୍ତୁ ଗୋଟିଏ ବଗିର ୱିଣ୍ଡସିଲ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୫ ତାରିଖରେ ତିରୁଅନନ୍ତପୁରମରେ ବନ୍ଦେ ଭାରତ […]
ଥିରୁଅନନ୍ତପୁରମ : କେରଳରେ ନିକଟରେ ନୂଆକରି ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରେ ପଥର ମାଡ଼ ହୋଇଛି। ତିରୁନଭୟାରୁ ତିରୁର ମଧ୍ୟରେ ଟ୍ରେନ୍ଟି ଯାତ୍ରା କରୁଥିବାବେଳେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିଲା। ଉକ୍ତ ଘଟଣାରେ କେହି ଆହତ ହୋଇନାହାନ୍ତି। କିନ୍ତୁ ଗୋଟିଏ ବଗିର ୱିଣ୍ଡସିଲ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୫ ତାରିଖରେ ତିରୁଅନନ୍ତପୁରମରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ଏପ୍ରିଲ ୬ ତାରିଖରେ ବିଶାଖାପାଟନାମରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିଲା। ତେବେ ୩ ମାସ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ଏହା ତୃତୀୟ ପଥର ମାଡ଼ ଘଟଣା।




