କେରଳରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କଲେ ମୋଦୀ
ଥିରୁଅନନ୍ତପୁରମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ଥିରୁଅନନ୍ତପୁରମରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କରିଛନ୍ତି। ୧୧ ଜିଲ୍ଲା ଥିରୁଅନନ୍ତପୁରମ, କୋଲ୍ଲମ, କୋଟ୍ଟାୟମ, ଏର୍ନାକୁଲମ, ଥ୍ରିସୁର, ପଲକ୍କଡ଼, ପଥନମଥିତ୍ତ, ମଲପ୍ପୁରମ , କୋଝିକୋଡ଼, କନ୍ନୁର ଏବଂ କସରଗଡ଼ରେ ଏହି ଟ୍ରେନ ଚାଲିବ ବୋଲି ପିଏମ୍ଓ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଥିରୁଅନନ୍ତପୁରମରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ମୋଦୀ ସେଣ୍ଟ୍ରାଲ ରେଳ ଷ୍ଟେସନରେ ପହଞ୍ଚିଥିଲେ। ମୋଦୀ ବନ୍ଦେ […]
ଥିରୁଅନନ୍ତପୁରମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ଥିରୁଅନନ୍ତପୁରମରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କରିଛନ୍ତି। ୧୧ ଜିଲ୍ଲା ଥିରୁଅନନ୍ତପୁରମ, କୋଲ୍ଲମ, କୋଟ୍ଟାୟମ, ଏର୍ନାକୁଲମ, ଥ୍ରିସୁର, ପଲକ୍କଡ଼, ପଥନମଥିତ୍ତ, ମଲପ୍ପୁରମ , କୋଝିକୋଡ଼, କନ୍ନୁର ଏବଂ କସରଗଡ଼ରେ ଏହି ଟ୍ରେନ ଚାଲିବ ବୋଲି ପିଏମ୍ଓ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଥିରୁଅନନ୍ତପୁରମରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ମୋଦୀ ସେଣ୍ଟ୍ରାଲ ରେଳ ଷ୍ଟେସନରେ ପହଞ୍ଚିଥିଲେ। ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କରିବା ପୂର୍ବରୁ ପ୍ରଥମେ ଟ୍ରେନର ଏକ ବଗିରେ ସ୍କୁଲ୍ ପିଲାମାନଙ୍କ ସହ କଥା ହୋଇଥିଲେ। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଆଜି ଏହି କାର୍ଯ୍ୟକ୍ରମ ଅବସରରେ ମୋଦୀଙ୍କ ସହ ଉପସ୍ଥିତ ଥିଲେ।




