କେରଳରେ ପୁଣି ଜଣେ ନିପା ଭାଇରସ୍ରେ ଆକ୍ରାନ୍ତ , ମୋଟ୍ ମାମଲା ୫
ଥିରୁଅନନ୍ତପୁରମ : କେରଳର କୋଝିକୋଡ଼ ଜିଲ୍ଲାରେ ପୁଣି ଜଣେ ନିପା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ କୋଝିକୋଡରେ ମୋଟ୍ ନିପା ଆକ୍ରାନ୍ତଙ୍କ ସଂଖ୍ୟା ୫ ପହଞ୍ଚିଛି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍ ଆଜି ଏହା ସ୍ପଷ୍ଟ କରିଛନ୍ତି। ଏକ ଘରୋଇ ହସ୍ପିଟାଲ୍ରେ ଜଣେ ୨୪ ବର୍ଷୀୟ ସ୍ବାସ୍ଥ୍ୟ କର୍ମୀ ନିପାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଅନୁଯାୟୀ ଉକ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ମୋଟ୍ ୭୦୬ ଲୋକୖ ଆସିଛନ୍ତି। ଏମାନଙ୍କ ମଧ୍ୟରେ ୧୫୩ […]
ଥିରୁଅନନ୍ତପୁରମ : କେରଳର କୋଝିକୋଡ଼ ଜିଲ୍ଲାରେ ପୁଣି ଜଣେ ନିପା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ କୋଝିକୋଡରେ ମୋଟ୍ ନିପା ଆକ୍ରାନ୍ତଙ୍କ ସଂଖ୍ୟା ୫ ପହଞ୍ଚିଛି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍ ଆଜି ଏହା ସ୍ପଷ୍ଟ କରିଛନ୍ତି। ଏକ ଘରୋଇ ହସ୍ପିଟାଲ୍ରେ ଜଣେ ୨୪ ବର୍ଷୀୟ ସ୍ବାସ୍ଥ୍ୟ କର୍ମୀ ନିପାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଅନୁଯାୟୀ ଉକ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ମୋଟ୍ ୭୦୬ ଲୋକୖ ଆସିଛନ୍ତି। ଏମାନଙ୍କ ମଧ୍ୟରେ ୧୫୩ ଜଣ ସ୍ବାସ୍ଥ୍ୟ କର୍ମୀ ଏବଂ ଅନ୍ୟ ୭୭ ଜଣ ହାଇ ରିସ୍କ ଶ୍ରେଣୀରେ ରହିଛନ୍ତି। ଏଥିସହ ୧୩ ଜଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଠାରେ ନିପାର ସାମାନ୍ୟ ଲକ୍ଷଣ ଦେଖାଦେଇଛି। ୯ ବର୍ଷୀୟ ଶିଶୁ ସମେତ ମୋଟ୍ ୩ ଜଣ ଏବେ ଆଇସିୟୁରେ ଅଛନ୍ତି। ନିପା ଭାଇରସ୍ କେରଳ ସରକାର ଜିଲ୍ଲା ୱାରି ସ୍ବାସ୍ଥ୍ୟ ସତର୍କତା ଜାରି କରିଛନ୍ତି ଏବଂ କୋଝିକୋଡରେ ଏକ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରିଛନ୍ତି। ସେହିପରି ସ୍ବାସ୍ଥ୍ୟ ବିଭାଗ ୧୬ଟି କୋର୍ କମିଟି ଗଠନ କରିଛନ୍ତି।




