କେରଳରେ ନିପା ମାମଲା ବଢ଼ୁଛି , କୋଝିକୋଡ଼ରେ ନମାଜ ପାଠ ବନ୍ଦ

ଥିରୁଅନନ୍ତପୁରମ: କେରଳର କୋଝି‌କୋଡ଼ରେ ପୁଣି ଜଣେ ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କର ନମୁନା ପଜିଟିଭ୍‌ ଆସିଛି। ଏଥିସହ କୋଝିକୋଡ଼ରେ ମୋଟ୍‌ ନିପା ମାମଲା ୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍‌ ଆଜି ଏନେଇ ସ୍ପଷ୍ଟ କରିଛନ୍ତି। ସଂକ୍ରମିତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କ ନିପାରେ ମୃତ୍ୟୁ ହେବାପରେ ରାଜ୍ୟରେ ଏବେ ସକ୍ରିୟ ମାମଲା ୪ ରହିଛି। ନିପା କଣ୍ଟେନମେଣ୍ଟ୍‌ ଜୋନ୍‌‌ରେ କଟକଣା ଜାରି […]

Samaya Live Picture
Published On

ଥିରୁଅନନ୍ତପୁରମ: କେରଳର କୋଝି‌କୋଡ଼ରେ ପୁଣି ଜଣେ ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କର ନମୁନା ପଜିଟିଭ୍‌ ଆସିଛି। ଏଥିସହ କୋଝିକୋଡ଼ରେ ମୋଟ୍‌ ନିପା ମାମଲା ୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍‌ ଆଜି ଏନେଇ ସ୍ପଷ୍ଟ କରିଛନ୍ତି। ସଂକ୍ରମିତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କ ନିପାରେ ମୃତ୍ୟୁ ହେବାପରେ ରାଜ୍ୟରେ ଏବେ ସକ୍ରିୟ ମାମଲା ୪ ରହିଛି। ନିପା କଣ୍ଟେନମେଣ୍ଟ୍‌ ଜୋନ୍‌‌ରେ କଟକଣା ଜାରି ରହିଛି। ରୋଗ ନିୟନ୍ତ୍ରଣ ପାଇଁ ଶୁକ୍ରବାର ପ୍ରାର୍ଥନା ବନ୍ଦ କରାଯାଇଛି। କୋଝିକୋଡ଼ ଜିଲ୍ଲାପାଳ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଛନ୍ତି। ଏକ ଫେସବୁକ୍‌ ପୋଷ୍ଟ୍‌ କରି ସେ କହିଛନ୍ତି, ଶିକ୍ଷାନୁଷ୍ଠାନ ଗୁଡ଼ିକ ଅନ୍‌ଲାଇନ କ୍ଲାସ୍‌ର ବ୍ୟବସ୍ଥା କରିବେ। ନିପା ସଂକ୍ରମଣ ବଢ଼ିବାରୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ ଏକ ସମୀକ୍ଷା ବୈଠକ କରିଛନ୍ତି।

Tags: