କେରଳରେ ଦୁଇ ସନ୍ତାନଙ୍କ ସହ ଦମ୍ପତିଙ୍କ ମୃତଦେହ ଘରୁ ଉଦ୍ଧାର

ଥିରୁଅନନ୍ତପୁରମ: କେରଳ ମଲପ୍ପୁରମ ଜିଲ୍ଲାର ମୈତ୍ରି ନଗରରେ ଏକ ଭଡ଼ା ଘରୁ ଜଣେ ଦମ୍ପତି ଏବଂ ସେମାନଙ୍କ ୨ ପିଲାଙ୍କ ମୃତଦେହ ମିଳିଛି। ୩୭ ବର୍ଷୀୟ ସାବିଶ ତାଙ୍କ ପତ୍ନୀ ଶିନା (୩୫) ଏବଂ ୨ ପିଲା ହରିଗୋବିନ୍ଦ (୬) ଏବଂ ଅଢ଼େଇ ବର୍ଷର ଶ୍ରୀବର୍ଦ୍ଧନଙ୍କ ମୃତଦେହ ସେମାନଙ୍କ ଘରୁ ମିଳିଛି। ଗତରାତିରେ ଏହି ଘଟଣା ଘଟିଛି। ସାବିଶ ଏବଂ ଶିନା ୨ଟି ରୁମ୍‌ର ପଙ୍ଖା‌ରେ ଝୁଲି ପଡ଼ିଥିବା ବେଳେ ୨ ପିଲାଙ୍କ ମର ଶରୀର ବେଡ୍‌ […]

Samaya Live Picture
Published On

ଥିରୁଅନନ୍ତପୁରମ: କେରଳ ମଲପ୍ପୁରମ ଜିଲ୍ଲାର ମୈତ୍ରି ନଗରରେ ଏକ ଭଡ଼ା ଘରୁ ଜଣେ ଦମ୍ପତି ଏବଂ ସେମାନଙ୍କ ୨ ପିଲାଙ୍କ ମୃତଦେହ ମିଳିଛି। ୩୭ ବର୍ଷୀୟ ସାବିଶ ତାଙ୍କ ପତ୍ନୀ ଶିନା (୩୫) ଏବଂ ୨ ପିଲା ହରିଗୋବିନ୍ଦ (୬) ଏବଂ ଅଢ଼େଇ ବର୍ଷର ଶ୍ରୀବର୍ଦ୍ଧନଙ୍କ ମୃତଦେହ ସେମାନଙ୍କ ଘରୁ ମିଳିଛି। ଗତରାତିରେ ଏହି ଘଟଣା ଘଟିଛି। ସାବିଶ ଏବଂ ଶିନା ୨ଟି ରୁମ୍‌ର ପଙ୍ଖା‌ରେ ଝୁଲି ପଡ଼ିଥିବା ବେଳେ ୨ ପିଲାଙ୍କ ମର ଶରୀର ବେଡ୍‌ ଉପରେ ପଡ଼ିଥିଲା। ଶିନା ଗତ ବୁଧବାର ଦିନ କନ୍ନୁର ଏସ୍‌ବିଆଇ ମ୍ୟାନେଜର ଭାବେ ଦାୟିତ୍ବ ନେଇଥିଲେ। ସାବିଶ ଏକ ଘରୋଇ ମନି ଟ୍ରାନ୍ସଫର କମ୍ପାନିରେ ମ୍ୟାନେଜର ଥିଲେ। ଶିନାଙ୍କ ପରିବାର ସଦସ୍ୟ କୁରୁବାର ରାିତିରେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ। କିନ୍ତୁ ତାଙ୍କ ଫୋନ୍‌ ନଲାଗିବାରୁ ସେମାନେ ପୁଲିସରେ ଜଣାଇଥିଲେ। ପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ଘରର କବାଟ ଭିତର ପଟୁ ବନ୍ଦ ଥିବାରୁ ପୁଲିସ କବାଟ ଭାଙ୍ଗି ଘର ଭିତରେ ପଶିଥିଲା ଏବଂ ସମସ୍ତଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା। ମଲପ୍ପୁରମ ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା ଆତ୍ମହତ୍ୟା। କିନ୍ତୁ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

Tags: