କେରଳରେ ଦିବ୍ୟାଙ୍ଗ ଶିଶୁକୁ ବୁଲା କୁକୁର ଝୁଣିଦେଲା
ଥିରୁଅନନ୍ତପୁରମ : କେରଳର କନ୍ନୁର ନିକଟସ୍ଥ ମୁଝାପ୍ପିଲାନଗଡ଼ରେ ରବିବାର ସନ୍ଧ୍ୟାରେ ଜଣେ ୧୧ ବର୍ଷୀୟ ଦିବ୍ୟାଙ୍ଗ ଶିଶୁକୁ ବୁଲା କୁକୁର ଝୁଣି ଦେଇଛି। କେଟ୍ଟିନକମ ବାସିନ୍ଦା ନିହାଲ ଗତକାଲି ସନ୍ଧ୍ୟା ୫ଟାରେ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବାପରେ ସନ୍ଧ୍ୟା ୮.୩୦ରେ ଘର ନିକଟରୁ ନିହାଲକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଶିଶୁଟିର ମୃତ୍ୟୁ ହୋଇଯାଇଛି। ଶିଶୁଟି ଅଟିଜିମର ଶିକାର ହୋଇଥିଲା।